26.1 C
Bhubaneswar
Monday, September 25, 2023
Homeବିଜିନେସ୍୨୦୨୨ ରିପୋର୍ଟ: ଶ୍ରୀଲଙ୍କାକୁ ସର୍ବାଧିକ ଋଣ ଦେଇଛି ଭାରତ

୨୦୨୨ ରିପୋର୍ଟ: ଶ୍ରୀଲଙ୍କାକୁ ସର୍ବାଧିକ ଋଣ ଦେଇଛି ଭାରତ

କଲମ୍ବୋ : ଚଳିତବର୍ଷ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ସର୍ବାଧିକ ପରିମାଣର ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି । କଲମ୍ବୋସ୍ଥିତ ଭେରାଇଟ୍ ରିସର୍ଚ୍ଚ ଥିଙ୍କ୍ ଟ୍ୟାଙ୍କ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତବର୍ଷର ପ୍ରଥମ ୪ ମାସ (ଜାନୁଆରୀ-ଏପ୍ରିଲ) ସୁଦ୍ଧା ଭାରତ ଶ୍ରୀଲଙ୍କାକୁ ୩୭୭ ନିୟୁତ ଡଲାର ଋଣ ପ୍ରଦାନ କରିସାରିଛି । ଭାରତ ପଛକୁ ଏହି ତାଲିକାରେ ଏଡିବି (ଏସିଆନ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ୍‌) ରହିଛି । ଏହି ସମୟ ମଧ୍ୟରେ ଏଡିବିି ପକ୍ଷରୁ ଶ୍ରୀଲଙ୍କାକୁ ୩୬୦ ନିୟୁତ ଡଲାର ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଶ୍ରୀଲଙ୍କା ପାଇଁ ଚୀନ୍ ସବୁଠାରୁ ବଡ ଋଣଦାତାଭାବେ ମାନ୍ୟତାଲାଭ କରିଥିଲା ।

୨୦୨୧ରେ ଶ୍ରୀଲଙ୍କାକୁ ଚୀନ୍ ୯୪୭ ନିୟୁତ ଡଲାର ଋଣ ଦେଇଥିବାବେଳେ ଏଥିମଧ୍ୟରୁ ୮୦୯ ନିୟୁତ ଡଲାର କେବଳ ଚାଇନା ଡେଭେଲପ୍‌ମେଣ୍ଟ ବ୍ୟାଙ୍କ୍‌ରୁ ପ୍ରଦାନ କରାଯାଇଥିବା କୁହାଯାଇଛି । ଚଳିତବର୍ଷ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ୪୦୦ କୋଟି ଡଲାର ସହାୟତା ପ୍ରଦାନ କରାଯାଇସାରିଛି ବୋଲି କଲମ୍ବୋସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଘୋର ଆର୍ôଥକ ଦୂରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଆଇଏମଏଫ୍ (ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି) ୨୯୦ କୋଟି ଡଲାର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking