ପୁରୀ: ୧୬ରୁ ସର୍ବସାଧରଣଙ୍କ ପାଇଁ ଖୋଲିବାକୁ ଯାଉଛି ସ୍ୱର୍ଗଦ୍ୱାର । ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଶବଦାହ ସମୟରେ କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ତେବେ ଶନିବାର ଓ ରବିବାର ସଟଡାଉନରେ ମଧ୍ୟ ଶବଦାହ ହୋଇପାରିବ । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ପୂର୍ବରୁ କରୋନା ସଂକ୍ରମଣ ଦୃତ ଭାବରେ ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ନଥିଲା । କେବଳ ପୁରୀ ଜିଲ୍ଲା ବାସୀ ହିଁ ଶବଦାହ କରିପାରିବେ ବୋଲି ଅନୁମତି ଥିଲା । ଏହାକୁ ନେଇ ସମସ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମାତ୍ର ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କୁ ଶବସତ୍କାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ କଟକଣା ରହିଥିଲା । ମହୋଦଧିରେ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସିଥାନ୍ତି । କିନ୍ତୁ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରାଶାସନ ପକ୍ଷରୁ ଏହା ଉପରେ କଟକଣା ଲଗାଯାଇଥିଲା ।