27.1 C
Bhubaneswar
Saturday, July 27, 2024
Homeଓଡିଶାମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଶ୍ମଶାନରୁ ମୃତଦେହ ଜବତ କଲା ନିମଖଣ୍ଡି ପୁଲିସ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଶ୍ମଶାନରୁ ମୃତଦେହ ଜବତ କଲା ନିମଖଣ୍ଡି ପୁଲିସ

କୁକୁଡାଖଣ୍ଡି : ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ଜଣେ ମହିଳାଙ୍କ ସନ୍ଦେହ ଜନିତ ମୁତ୍ୟୁ ଘଟିଛି । ମୃତ ମହିଳା ଜଣକ ଜଗଦଳପୁର ଗ୍ରାମର ଜି. ସିମାଞ୍ଚଳ ପାତ୍ରଙ୍କ ପତ୍ନୀ ଜି. ଲକ୍ଷ୍ମୀ ପାତ୍ର(୩୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୃତ ମହିଳାଙ୍କ ପରିବାରରେ କୁଆଡେ ଅସନ୍ତୋଷ ଲାଗି ରହିଥିବା ବେଳେ ମହିଳାଙ୍କ ହଠାତ୍ ମୁତ୍ୟୁକୁ ନେଇ ଗ୍ରାମରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଶୁକ୍ରବାର ପୂର୍ବାହ୍ନରେ ମହିଳାଙ୍କ ମୁତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ବର୍ଗ ପଡୋଶୀ ଲୋକଙ୍କ ସହଯୋଗରେ ମୃତ ଶରୀରକୁ ଶ୍ମଶାନ ଘାଟକୁ ଦାହ କରିବାକୁ ନେଇଥିଲେ । ଏହି ସମୟରେ ନିମଖଣ୍ଡି ପୋଲିସ ଶ୍ମଶାନ ଘାଟରେ ପହଞ୍ôଚ ମୃତ ଶରୀରକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୁତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଏସ୍‌ଆଇ ଜ୍ୟାତି ରଞ୍ଜନ ବେହେରା କହିଛନ୍ତି । ଅନ୍ୟପଟେ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking