14.1 C
Bhubaneswar
Sunday, January 18, 2026
Homeଓଡିଶାନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡା : ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ। ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଗଣେଶ ନଗର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମୃତକ ବିଦ୍ୟା ନଗର ଅଞ୍ଚଳର ରଶ୍ମୀ ବଡକୁମାର ବୋଲି ଜଣାପଡିଛି। ୨୦୨୪ ଜୁଲାଇ ମାସରେ ସେ ଚନ୍ଦ୍ରପୁର ଗାଁର ଦେବାଶିଷ ମାଝୀଙ୍କୁ ବିବାହ କରିଥିଲେ। ଗତକାଲି ରାତିରେ ଗଣେଶ ନଗର ସ୍ଥିତ ଭଡାଘରୁ ରଶ୍ମୀଙ୍କର ମୃତଦେହ ଉଦ୍ଧାର ହୋଇଛି। ଯୌତୁକ ପାଇଁ ଶାଶୁ ଘର ଲୋକେ ରଶ୍ମୀଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ରଶ୍ମୀ ପୋଷ୍ଟାଲ ରେ ଚାକିରି କରୁଥିବାବେଳେ ତାଙ୍କ ସ୍ଵାମୀ କନଷ୍ଟେବଳ ଥିବା ଜଣାପଡିଛି। ବର୍ତ୍ତମାନ ପର୍ୟ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking