28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସୁଶାନ୍ତ ମୃତ୍ୟୁ ମାମଲା, ରିୟାଙ୍କୁ ଝଟକା ଦେଲା ଇ ଡି

ସୁଶାନ୍ତ ମୃତ୍ୟୁ ମାମଲା, ରିୟାଙ୍କୁ ଝଟକା ଦେଲା ଇ ଡି

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ।ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଥିଲେ ମଧ୍ୟ ଏହି ମାମଲାର ଏପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇପାରିନାହିଁ । ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କିଏ ହତ୍ୟା କରିଛି ଏନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ଏହାସହ ତାଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତି ମୂହୂର୍ତ୍ତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ଆଜି ଖାରଜ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଇଡ଼ିରେ ହାଜିର ହେବାକୁ ଅଧିକ ସମୟ ମାଗିଥିଲେ ରିୟା । ସୁପ୍ରିମକୋର୍ଟରେ ଶୁଣାଣି ହେବା ଯାଏଁ ସେ ସମୟ ମାଗିଥିଲେ । କିନ୍ତୁ ଇଡ଼ି ଏହି ଆବେଦନକୁ ଖାରଜ କରିବା ସହ ଆଜି ତାଙ୍କୁ ହାଜିର ହେବାକୁ କହିଛି ।
ସୂଚନାଯୋଗ୍ୟ ଯେ ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ବୋଲି ମନା କରିଥିଲେ।
ସୁପ୍ରିମକୋର୍ଟରେ ଶୁଣାଣି ନସରିବା ପର୍ଯ୍ୟନ୍ତ ରିୟା ସମୟ ମାଗିଛନ୍ତି । ମାମଲାରେ ଆଜି ହାଜର ହେବା ପାଇଁ ରିୟାଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆର୍ଥିକ କାରବାର ନେଇ ଇଡି ସ୍କାନରରେ ରହିଛନ୍ତି ରିୟା । ରିୟାଙ୍କ ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚର ବିବରଣୀ ନେଇ ଖୋଳତାଡ଼ କରିପାରେ ଇଡି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking