28.1 C
Bhubaneswar
Thursday, March 28, 2024
Homeଓଡିଶାଦେଶରେ ସଂକ୍ରମଣ ୨୦ ଲକ୍ଷ ପାର, ଦିନକରେ ୮୮୬ ମୃତ

ଦେଶରେ ସଂକ୍ରମଣ ୨୦ ଲକ୍ଷ ପାର, ଦିନକରେ ୮୮୬ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୦ ଲକ୍ଷ ଅତିକ୍ରମ କରିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଦୈନିକ ସଂକ୍ରମଣ। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୫୦ରୁ ୫୫ ହଜାର ଭିତରେ ରହୁଥିଲା ବେଳେ ଶୁକ୍ରବାର ତାହା ୬୦ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୫୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୨୭ ହଜାର ୭୪କୁ ବୃଦ୍ଧି ପାଇଛି।
ମୃତ୍ୟୁ ସଂଖ୍ୟା ୪୧,୫୮୫ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୭୮,୧୦୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୬,୦୭,୩୮୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking