28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପାକିସ୍ତାନରେ ଇରାନ୍ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌

ପାକିସ୍ତାନରେ ଇରାନ୍ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌

ଇସଲାମାବାଦ୍ : ପାକିସ୍ତାନ ମାଟିରେ ପୁଣିଥରେ ଇରାନ୍ ସେନା ଗୁଳି ବର୍ଷା କରିଛି । ରିପୋର୍ଟ ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଇରାନ୍ ସେନା ପାକିସ୍ତାନରେ ଅନୁପ୍ରବେଶ କରିବା ସହ ଆତଙ୍କବାଦୀ ସଂଗଠନ ଜୈଶ-ଅଲ-ଅଦଲ୍‌ର କମାଣ୍ଡର ଇସମାଇଲ୍ ଶାହାବକ୍ସ ଏବଂ ତା’ର କିଛି ସହଯୋଗୀଙ୍କୁ ନିପାତ କରିବାରେ ସଫଳ ହୋଇଛି । ଇରାନ୍ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ଇରାନ୍ ସରକାର ଦର୍ଶାଇଛନ୍ତି ଯେ, ‘ପାକିସ୍ତାନରେ ଲୁଚି ରହିଥିବା ଜୈଶ-ଅଲ୍‌-ଅଦଲ୍‌’ ଆତଙ୍କବାଦୀ ସଂଗଠନର କମାଣ୍ଡର ଇସମାଇଲ୍ ଶାହାବକ୍ସ ଏବଂ ତା’ର ସହଯୋଗୀ ଦୀର୍ଘଦିନ ଧରି ଇରାନ୍ ସୀମାରେ ଅଶାନ୍ତି ତଥା ଭୟର ବାତାବରଣ ସୃଷ୍ଟି କରିଆସୁଥିଲେ । ଏବେ ଇସମାଇଲ୍ ଏବଂ ତା’ର କିଛି ସହଯୋଗୀଙ୍କୁ ନିପାତ କରିବାରେ ଆମେ ସଫଳ ହୋଇଛୁ ।’

ସୂଚନାଯୋଗ୍ୟ, ମାସେ ପୂର୍ବେ ଇରାନ୍‌ର ବାୟୁସେନା ପକ୍ଷରୁ ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହି ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଯାଇଥିଲା । ତେବେ ପାକିସ୍ତାନ ଏହାକୁ ତୀବ୍ର ନିନ୍ଦା କରିବା ସହ ପ୍ରତିଶୋଧ ପରାୟଣ ହୋଇ ଇରାନ୍ ଉପରେ ପାଲଟା ଆକ୍ରମଣ କରିଥିଲା । କିନ୍ତୁ ଏଥିରେ ଇରାନ୍‌ର ବିଶେଷ କିଛି କ୍ଷତି ହୋଇନଥିଲା । ପରେ ପାକିସ୍ତାନ ଏବଂ ଇରାନ୍ ପରସ୍ପର ମଧ୍ୟରେ ସୁରକ୍ଷା ସହଯୋଗ ବଢ଼ାଇବା ପ୍ରସ୍ତାବରେ ରାଜି ହୋଇଥିଲେ ।

ଏବେ କିନ୍ତୁ ପୁନର୍ବାର ଇରାନ୍ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିବାରୁ ପାକିସ୍ତାନ ଏହାକୁ ନେଇ କିପରି ପ୍ରତିକ୍ରିୟା ବ୍ୟକ୍ତ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରକାଶ, ୨୦୧୨ରେ ପ୍ରତିଷ୍ଠା ଲାଭ କରିଥିବା ଜୈଶ-ଅଲ୍‌-ଅଦଲ୍‌’ ନିଜକୁ ଆର୍ମି ଅଫ୍ ଜଷ୍ଟିସ୍ ଭାବେ ଅଭିହିତ କରୁଥିବା ବେଳେ ଏହାକୁ ଇରାନ୍ ସରକାର ଏକ ଆତଙ୍କବାଦୀ ଗୋଷ୍ଠୀ ଘୋଷିତ କରିସାରିଛନ୍ତି । ସୁନ୍ନି ଆତଙ୍କବାଦୀଙ୍କୁ ନେଇ ଏହି ଗୋଷ୍ଠୀ ସଂଗଠିତ ହୋଇଥିବା ବେଳେ ଏହା ଇରାନ୍‌ର ଦକ୍ଷିଣ-ପୂର୍ବ ପ୍ରଦେଶର ସିଷ୍ଟାନ୍‌-ବେଲୁଚିସ୍ତାନ ପ୍ରାନ୍ତରେ ସକ୍ରିୟ ରହିଛି । ଏହା ନିରନ୍ତର ଭାବେ ଇରାନ୍ ସେନାକୁ ଟାର୍ଗେଟ୍ କରିଆସୁଛି ଯାହାକି ଇରାନ୍ ସରକାର ଏବଂ ସେନାର ମୁଣ୍ଡବିନ୍ଧାର କାରଣ ସାଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking