27.1 C
Bhubaneswar
Saturday, July 27, 2024
Homeଖେଳତୃତୀୟ ଟି-୨୦ରୁ କନ୍‌ୱେ ଓ ୱାର୍ଣ୍ଣର୍ ବାଦ୍‌

ତୃତୀୟ ଟି-୨୦ରୁ କନ୍‌ୱେ ଓ ୱାର୍ଣ୍ଣର୍ ବାଦ୍‌

ଅକ୍‌ଲାଣ୍ଡ: ଅଷ୍ଟ୍ରେଲିଆ ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍ ଓ ନ୍ୟୁଜିଲାଣ୍ଡ୍ ୱିକେଟ୍‌କିପର୍ ବ୍ୟାଟର୍ ଡେଭନ୍ କନ୍‌ୱେ ତୃତୀୟ ଟି-୨୦ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମ୍ୟାଚ୍ ରବିବାର ଅକ୍‌ଲାଣ୍ଡ୍‌ରେ ଖେଳାଯିବ । ଆଗାମୀ ମ୍ୟାଚ୍‌ରେ ୱାର୍ଣ୍ଣର୍‌ଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥ୍‌ଙ୍କୁ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ପ୍ରାୟତଃ ନିଶ୍ଚିତ । ସେହିପରି କନ୍‌ୱେଙ୍କ ସ୍ଥାନରେ ଟିମ୍ ଶେଫର୍ଟଙ୍କୁ ନ୍ୟୁଜିଲାଣ୍ଡ୍ ଟିମ୍‌ରେ ସାମିଲ କରାଯାଇଛି । କ୍ରିକେଟ୍ ଅଷ୍ଟ୍ରେଲିଆ ଅନୁସାରେ ଆହତ କାରଣରୁ ୱାର୍ଣ୍ଣର୍ ତୃତୀୟ ଟି-୨୦ରୁ ବାଦ୍ ପଡ଼ିଛନ୍ତି । ତାଙ୍କୁ ଫିଟ୍ ହେବାକୁ କିଛି ସମୟ ଲାଗିବ ।

ତେବେ ଏହା ଦ୍ୱାରା ତାଙ୍କ ଆଇପିଏଲ୍ ଏବଂ ଟି-୨୦ ବିଶ୍ୱକପ୍ ଖେଳିବା ପ୍ରଭାବିତ ହେବନାହିଁ । ୱାର୍ଣ୍ଣର୍ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଖେଳିନଥିଲେ । ଅବଶ୍ୟ ରୋଟେସନ୍ କାରଣରୁ ମଧ୍ୟ ତାଙ୍କର ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ନଖେଳିବା ସ୍ଥିର ହୋଇଥିଲା । ତାଙ୍କୁ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଆଘାତ ଲାଗିଥିଲା । ଅନ୍ୟପକ୍ଷରେ ଶୁକ୍ରବାର ୱିକେଟ୍‌କିପିଂ ବେଳେ ଡେଭନ୍ କନ୍‌ୱେଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ଏବଂ ସେ ପରେ ବ୍ୟାଟିଂ ମଧ୍ୟ କରିନଥିଲେ । ଏବେ ସେ ୱେଲିଂଟନ୍‌ସ୍ଥିତ ନିଜ ଘରକୁ ଫେରିଯାଇ ଆଘାତର ଗମ୍ଭୀରତା ସମ୍ପର୍କରେ ବିଶେଷଜ୍ଞଙ୍କ ପରାମର୍ଶ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking