28.1 C
Bhubaneswar
Monday, April 28, 2025
Homeଦେଶ ବିଦେଶଭିଆଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ୨ ଦିନିଆ ସାଂସ୍କୃତିକ ସମାରୋହ ; ‘ଭିଟୋପିଆ-୨୦୨୪’ ଉଦ୍‌ଘାଟିତ

ଭିଆଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ୨ ଦିନିଆ ସାଂସ୍କୃତିକ ସମାରୋହ ; ‘ଭିଟୋପିଆ-୨୦୨୪’ ଉଦ୍‌ଘାଟିତ

ଅମରାବତୀ: ଶନିବାର ଆନ୍ଧ୍ରପ୍ରଦେଶ ସ୍ଥିତ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିଆଟି-ଆନ୍ଧ୍ରପ୍ରଦେଶ) ବିଶ୍ୱବିଦ୍ୟାଳୟରେ ୨ ଦିନିଆ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭିଟୋପିଆ-୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ଭାରତୀୟ ସଂସ୍କୃତି ‘ବସୁଦୈକମ୍‌’ (ଏକ ରାଜ୍ୟସ୍ତରୀୟ ପାରମ୍ପରିକ ରାଲି) ର ବିବିଧତାପୂର୍ଣ୍ଣ ଏକ ନିଆରା ଛାପ ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ରାଜ୍ୟର ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଆଞ୍ଚଳିକ ନୃତ୍ୟ ପରିବେଷଣ କରିଥିଲେ, ଯାହାକି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଦେଖଣାହାରୀଙ୍କ ପାଇଁ ଏକ ଉତ୍ସାହଜନକ ତଥା ସଂସ୍କୃତି ସମ୍ପନ୍ନ ପରିବେଶ ସୃଷ୍ଟି କରିଥିଲା । ଆଜିର ଏହି ବସୁଦୈକମ୍ କାର୍ଯ୍ୟକ୍ରମରେ ତେଲେଙ୍ଗାନା, ବିହାର, ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ରାଜ୍ୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ଭିଆଟି-ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍‌ସେଲର (କୁଳପତି) ଡ. ଏସ୍‌ଭି କୋଟା ରେଡ୍ଡୀ ଏବଂ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡ. ଜଗଦ୍ଦୀଶ ଚନ୍ଦ୍ରା ମିଳିତ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ କୁଳପତି ଡ. ଏସ୍‌ଭି କୋଟା ରେଡ୍ଡୀ କହିଥିଲେ ଯେ, ଭିଆଟି-ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟ, ନିଜ ଛାତ୍ରଛାତ୍ରୀମାନଙ୍କୁ କେବଳ ଏକାଡେମିକ୍ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ ଦିଗରେ ଗୁରୁତ୍ୱାରୋପ କରିନଥାଏ, ବରଂ ସେମାନଙ୍କ ଠାରେ ଅତିରିକ୍ତ ସାମର୍ଥ୍ୟ ତଥା ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ସେମାନଙ୍କୁ କ୍ରୀଡା, ସମାଜ ସେବା, ଧନ୍ଦାମୂଳକ ତାଲିମ୍‌, ସଂସ୍କୃତି ସମ୍ପନ୍ନ ନାଚଗୀତ, ଫ୍ୟାସନ ଶୋ’ ଭଳି ଅନ୍ୟାନ୍ୟ କାର୍ଯ୍ୟକଳାପ (ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍‌) ସହ ମଧ୍ୟ ଯୋଡିହେବା ପାଇଁ ପ୍ରୋତ୍ସାହିତ କରିଥାଏ ଯାହାକି ସେମାନଙ୍କୁ ସ୍ୱୟଂ ସମ୍ପୂର୍ଣ୍ଣ ତଥା ଦକ୍ଷତା ସମ୍ପନ୍ନ ବ୍ୟକ୍ତିତ୍ୱ ହାସଲ କରିବା ଦିଗରେ ସହାୟକ ହୋଇଥାଏ । କୁଳପତି ଡ. ଏସ୍‌ଭି କୋଟା ରେଡ୍ଡୀଙ୍କ କହିବାନୁସାରେ ‘ଭିଟୋପିଆ-୨୦୨୪’ ଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପରିସ୍ଫୁଟିତ କରିବା ସହ ସେମାନଙ୍କୁ ନେତୃତ୍ୱ ନେବାର ତଥା ଦକ୍ଷତା ବିକାଶ କରିବା ଦିଗରେ ସୁଯୋଗ ପ୍ରଦାନ କରିଥାଏ ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସଂଗୀତ କନସର୍ଟ, ଷ୍ଟାଣ୍ଡଅପ୍ କମେଡି ଶୋ’ ଏବଂ ଏକ ଥିମ୍ ପରିବେଷ୍ଟିତ ଫ୍ୟାସନ ଶୋ’ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପଦର୍ଶିତ ହୋଇଥିଲା । କ୍ରୀଡା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜାମର୍ସ ତେଲୁଗୁ ବ୍ୟାଣ୍ଡ, ଥାଇକ୍କୁଡମ୍ ବ୍ରିଜ ବ୍ୟାଣ୍ଡ୍‌, ଡିଜେ ନ୍ୟୁକ୍ଲିୟା ଆଦି ପକ୍ଷରୁ ବିଭିନ୍ନ ଶୈଳୀର ନାଚ ଓ ଗୀତ ପରିବେଷଣ କରାଯାଇଥିଲା, ଯାହାକି ଉପସ୍ଥିତ ଅତିଥିବୃନ୍ଦଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କାର୍ଯ୍ୟକ୍ରମରେ ଭିଟୋପିଆ-୨୦୨୪ କାର୍ଯ୍ୟକ୍ରମ ପାଇଁ ସଂଯୋଜକ ଥିବା ଡ. ସୁଧାକର ଇଲାନ୍‌ଗୋ ଏବଂ ଛାତ୍ର କଲ୍ୟାଣ ସଂଗଠନର ଉପନିର୍ଦ୍ଦେଶକ ଡ.ଖଦୀପ ପାଶା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking