28.1 C
Bhubaneswar
Friday, December 27, 2024
Homeଦେଶ ବିଦେଶକାର କ୍ରେତାଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି

କାର କ୍ରେତାଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି

ନୂଆଦିଲ୍ଲୀଗାଡିଚାଳକଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି। ପ୍ରତି ଦ୍ଵିତୀୟ ଗାଡି କିଣିବା ଉପରେ ପରିବେଶ ଶୁଳ୍କ ଲଗାଇବା ଏବଂ ‘ଏକ ବ୍ୟକ୍ତି ଏକ କାର’ ମାନଦଣ୍ଡ ଲାଗୁ କରିବା ଦାବିରେ ଦାଖଲ ଯାଚିକାକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି। କୋର୍ଟ କହିଛନ୍ତି, ନୀତିଗତ ପ୍ରସଙ୍ଗ ଉପରେ ଅଦାଲତ ହସ୍ତକ୍ଷେପ କରି ପାରିବେ ନାହିଁ।

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ ଏହି ଧରଣର ନିର୍ଦ୍ଦେଶ ଜାରି କରି ପାରିବୁ ନାହିଁ ଯେ, ଏକ ବ୍ୟକ୍ତି, ଏକ କାରକୁ ଅନୁମତି ଦିଅନ୍ତୁ, ଟ୍ୟାକ୍ସ ସୁନିଶ୍ଚିତ କରନ୍ତୁ, ଦ୍ଵିତୀୟ କାର ଉପରେ ପରିବେଶ ଶୁଳ୍କ ଲଗାଯାଉ, ବାୟୁ ପ୍ରଦୂଷଣ ପାଇଁ ଏକ ଆୟୋଗ ଗଠନ କରାଯାଉ। ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି।

ପୀଠରେ ସାମିଲ୍ ବିଚାରପତି ପିଏସ ନରସିମାହ ଆମେ ପ୍ରତିଟି କ୍ଷେତ୍ରରେ ଏବଂ ମାମଲାରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ଆବେଦନକାରୀଙ୍କୁ କହିଛନ୍ତି। ଆମେ ଏଠାରେ ଆଇନଗତ ମାମଲାର ସମାଧାନ ପାଇଁ ବସିଛୁ। ଆପଣଙ୍କ ଆବେଦନରେ ସତ୍ୟତା ରହିଛି, ମାତ୍ର ପରିବେଶ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ବିଚାର କରି ପାରିବୁ ନାହିଁ।

ଆବେଦନକାରୀ କହିଛନ୍ତି, ଭାରତରେ ୨୦୨୧ରେ ୩୦ ଲକ୍ଷରୁ ଅଧିକ କାର ବିକ୍ରି ହୋଇଛି। କାର୍ ବିକ୍ରି ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି। ଏହା ଦେଶରେ ଟ୍ୟାକ୍ସ ଦେଉଥିବା ଲୋକଙ୍କ ସଂଖ୍ୟାରେ ସାମଞ୍ଜସ୍ୟ ରହୁନାହିଁ। କୋର୍ଟ କହିଛନ୍ତି, ସରକାରଙ୍କ ରାଜସ୍ଵ ବିଭାଗ କରଦାତାଙ୍କ ସହ ଉତ୍ତମ ସମନ୍ଵୟ ରଖିବାକୁ ଉଦ୍ୟମ କରୁଛନ୍ତି। ସେଥିରେ ଆମକୁ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking