31.7 C
Bhubaneswar
Wednesday, January 22, 2025
Homeଦେଶ ବିଦେଶସ୍ପାଇସ୍‌ଜେଟ୍‌କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ସନ୍ ଗ୍ରୁପ୍‌କୁ ୩୮୦ କୋଟି ଦିଅ

ସ୍ପାଇସ୍‌ଜେଟ୍‌କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ସନ୍ ଗ୍ରୁପ୍‌କୁ ୩୮୦ କୋଟି ଦିଅ

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍ୟତମ ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍‌କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଝଟ୍‌କା ଲାଗିଛି । ପୂର୍ବତନ ସେୟାର ହୋଲଡର ତଥା ସନ୍ ଗ୍ରୁପ୍ ମାଲିକ କଳାନିଧି ମାରାନଙ୍କୁ ୩୮୦ କୋଟି ଟଙ୍କା ପୈଠ କରିବାକୁ ସୁପ୍ରିମକୋର୍ଟ ସ୍ପାଇସ୍‌ଜେଟ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ମାରାନ୍ ୨୦୧୦ ଜୁନନ୍‌ରେ ସ୍ପାଇସ୍‌ଜେଟ୍‌ର ୩୭.୭ ପ୍ରତିଶତ ଅଂଶଧନ କିଣିଥିଲେ । ତେବେ ଆର୍ôଥକ ସଙ୍କଟ ଦେଖାଦେବାରୁ ମାରାନ୍ ୨୦୧୨ରେ ଆଉ ୧୦୦ କୋଟିର ଟଙ୍କାର ପୁଞ୍ଜି ବିନିଯୋଗ କରିଥିଲେ । ୨୦୧୫ରେ ସେ ନିଜର ସମସ୍ତ ଅଂଶଧନ ସ୍ପାଇସ୍‌ଜେଟ୍ ମାଲିକ ଅଜୟ ସିଂହଙ୍କୁ ହସ୍ତାନ୍ତର କରିଦେଇଥିଲେ । ତେବେ ଅଜୟ ଅର୍ଥ ପରିଶୋଧ ନକରିବାକରୁ ମାରାନ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୩ ଜୁନ୍‌ରେ ମାରାନ୍‌ଙ୍କୁ ୩୮୦ କୋଟି ଟଙ୍କା ଦେବାକୁ ଦିଲ୍ଲୀ ହାଇକୋର୍ଟ ସ୍ପାଇସ୍‌ଜେଟ୍‌କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବ୍ୟତିକ୍ରମ ଘଟିବାରୁ ମାରାନ୍ ଶେଷରେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଅର୍ଥ ପରିଶୋଧ କରିବାକୁ ସ୍ପାଇସ୍‌ଜେଟ୍ ଅଧିକ ସମୟ ଲୋଡିଥିଲେ ସୁଦ୍ଧା ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking