33.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶଇଡି, ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍‌

ଇଡି, ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମୁଖ୍ୟଙ୍କ କାର୍ଯ୍ୟକାଳ ପାଞ୍ଚ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଅର୍ଡିନାନ୍ସକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଉପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଜବାବ ତଲବ କରିଛନ୍ତି । ୨୦୨୧ ନଭେମ୍ବର ୧୫ ତାରିଖର ଏହି ଅର୍ଡିନାନ୍ସକୁ ଚାଲେଞ୍ଜ୍ କରି ହୋଇଥିବା ପିଟିସନ୍‌ର ଶୁଣାଣି କରି ମୁଖ୍ୟ ବିଚାରପତି ଏନ୍‌ଭି ରମନ୍ନାଙ୍କ ବେଞ୍ଚ୍ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ୍ ଆକ୍ଟ ଏବଂ ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍ ଆକ୍ଟ ମାଧ୍ୟମରେ ଇଡି ଏବଂ ସିବିଆଇ ମୁଖ୍ୟ ନିଯୁକ୍ତ ହେଉଥିବା ବେଳେ ଆକ୍ଟର କେଉଁ ସଂଶୋଧନ ବଳରେ ଏହି ଅର୍ଡିନାନ୍ସ ଜାରି କରାଯାଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ପିଟିସନ୍ ଦାବି କରାଯାଇଛି ।

ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ୨୦୧୮ ନଭେମ୍ବରରେ ନିର୍ଦ୍ଦିଷ୍ଟ ଭାବେ ଦୁଇବର୍ଷ ପାଇଁ ନିଯୁକ୍ତି ପାଇଥିବା ବେଳେ ଆକ୍ଟରେ ସଂଶୋଧନ କରାଯାଇ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ଆବେଦନକାରୀ କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ତୃଣମୂଳ କଂଗ୍ରେସ ନେତା ମହୁଆ ମୈତ୍ରା ଏବଂ ସାକେତ ଗୋଖ୍‌ଲେ ଅଭିଯୋଗ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ସଞ୍ଜୟ କୁମାରଙ୍କ କାର୍ଯ୍ୟକାଳ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ଏକବର୍ଷ ବୃଦ୍ଧି କରିବା ପରେ ଏହାକୁ ଚାଲେଞ୍ଜ୍ କରି ଏନ୍‌ଜିଓ କମନ୍ କଜ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଶି ୧୦ ଦିନ ପରେ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking