ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁର ନିକଟରେ ପୂର୍ତ୍ତ ବିଭାଗର ରାସ୍ତା କାମ ଯାଞ୍ଚ କରୁଥିବା ବେଳେ ଜଣେ ସୁପର ଭାଇଜରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ନୀଳଗିରି ଥନା ମିତ୍ରପୁର ପାଟଣା ଗ୍ରାମର ବାପୁନୁ ବେହେରା (୨୫) । ବାପୁନୁ ଖନ୍ତାପଡା ଅଂଚଳର ଠିକାଦାର କମଳାକାନ୍ତ ପଣ୍ଡାଙ୍କ ଠାରେ ସୁପର ଭାଇଜର ଭାବେ କାମ କରୁଥିଲେ । ଆଜି ଅପରାହ୍ଣରେ ମଙ୍ଗଳପୁର ନିକଟରେ ହେଉଥିବା ରାସ୍ତା କାମର ତଦାରଖ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଫଳରେ ତାଙ୍କ ସହଯୋଗୀ ଶ୍ରମିକ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।