34.1 C
Bhubaneswar
Wednesday, May 1, 2024
Homeବଲିଉଡଆସୁଛି ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଭେଟ୍ଟାଇୟାନ୍

ଆସୁଛି ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଭେଟ୍ଟାଇୟାନ୍

ମୁମ୍ବାଇ : ସୁପରଷ୍ଟାର ରଜନୀକାନ୍ତଙ୍କର ଆଗକୁ ଆସୁଛି ଚଳଚ୍ଚିତ୍ର ‘ଭେଟ୍ଟାଇୟାନ୍’ ସେଥିପାଇଁ ରଜନୀକାନ୍ତ ଏବେ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ସମୟରେ ଅନେକ ମିଛକଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗୁଜବ ପାଇଁ ଦର୍ଶକଙ୍କ ଉତ୍ସାହର ସୀମା ନାହିଁ। ଏହି ଚଳଚ୍ଚିତ୍ର ମାଧ୍ୟମରେ ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ପୁଣି ଥରେ ବଡ଼ ପରଦାରେ ଏକାଠି ନଜର ଆସିବେ। ଏହାପୂର୍ବରୁ ୧୯୯୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହମ୍’ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ନିର୍ମାତା କିଛି ଦିନ ପୂର୍ବରୁ ଫିଲ୍ମର ଏକ ନୂଆ ପୋଷ୍ଟର ଶେୟାର କରିଥିଲେ। ଏଥିରେ କୁହାଯାଇଥିଲା ଯେ ଫିଲ୍ମ ‘ଭେଟ୍ଟାଇୟାନ’ ଅକ୍ଟୋବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା ରାଣା ଡଗ୍ଗୁବାତୀଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଛି। କୁହାଯାଉଛି ଯେ ରାଣା ଡଗ୍ଗୁବାତୀ ଜଣେ ଭିଲେନ୍ ଭୂମିକାରେ ନଜର ଆସିବେ। ତାଙ୍କ ଚରିତ୍ର ଖୁବ ଖତରନାକ ହେବାକୁ ଯାଉଛି। ତଥାପି, ନିର୍ମାତାମାନଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ନିଶ୍ଚିତକରଣ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking