18.1 C
Bhubaneswar
Wednesday, January 8, 2025
Homeଓଡିଶାଅତି ଭୀଷଣ ବାତ୍ୟାକୁ ଖସିଲା ‘ଅମ୍ଫନ’

ଅତି ଭୀଷଣ ବାତ୍ୟାକୁ ଖସିଲା ‘ଅମ୍ଫନ’

ଭୁବନେଶ୍ୱର: ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ଅମ୍ଫନ । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାକୁ ପରିବର୍ତନ ହୋଇଥିବା ସୂଚନା ମିଳିଛି । ଆକଳନ ଅନୁସାରେ, ସମୁଦ୍ର ଭିତରେ ‘ଅମ୍ଫନ’ର ମହାବାତ୍ୟା ରୂପ ଶେଷ ହୋଇଛି । ଏବେ ପାରାଦୀପଠାରୁ ୪୨୦ କିମି ଦୂରରେ ବାତ୍ୟା ‘ଅମ୍ଫନ’ ରହିଛି । ଗତି ବଢାଇ ଏବେ ଅମ୍ଫନ ଘଣ୍ଟାକୁ ୧୮ କିମି ବେଗରେ ଆଗକୁ ବଢୁଥିବା ସୂଚନା ମିଳିଛି ।
ଅନ୍ୟପଟେ ଏହାକୁ ନେଇ ଏନଡିଆରଏଫ ଡିଜି ଏସ୍ ଏନ୍ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଓଡିଶା ଏବଂ ପଶ୍ଚିମବଙ୍ଗରେ ମୋଟ ୪୧ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବା ସେ ସୂଚନା ଦେଇଛନ୍ତି । ଓଡିଶାରେ ୧୫ଟି ଟିମ ନିୟୋଜିତ ହୋଇଥିବା ବେଳେ ୫ଟି ରିଜର୍ଭ ରଖାଯାଇଛି । ଫନିରୁ ପାଇଥିବା ଅଭିଜ୍ଞତା ମୁକାବିଲା କରିବା ପାଇଁ ଅଧିକ ସଶକ୍ତ କରିବ । ଅଧିକ କଟର ସହ ବହୁ ପରିମାଣର ଯନ୍ତ୍ରାଂଶ ଧରି ପ୍ରସ୍ତୁତ ରହିଥିବା ବେଳେ ୨୪ଟି ଟିମ୍ ଷ୍ଟାଣ୍ଡବାଏ ରହିଥିବା ସେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking