28.1 C
Bhubaneswar
Thursday, May 2, 2024
Homeକରୋନାସୂର୍ଯ୍ୟକିରଣ କରୋନା ଭାଇରସକୁ ମାରିପାରିବ : କେନ୍ଦ୍ରମନ୍ତ୍ରୀ ଚୌବେ

ସୂର୍ଯ୍ୟକିରଣ କରୋନା ଭାଇରସକୁ ମାରିପାରିବ : କେନ୍ଦ୍ରମନ୍ତ୍ରୀ ଚୌବେ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇପଡିଥିବା ବେଳେ ଏହାର ଚିକିତ୍ସା ପାଇଁ ଏଯାଏଁ କୌଣସି ଔଷଧ ଉଦ୍ଭାବିତ ହୋଇ ପାରିନାହିଁ ।ଏନେଇ ବିଭିନ୍ନ ଦେଶରେ ଜୋରସୋରରେ ଗବେଷଣା ଜାରି ରହିଛି । ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶି୍ୱନୀ କୁମାର ଚୌବେ କରୋନା ଭାଇରସ ସମ୍ପର୍କରେ ଗୁରୁବାର ଏକ ରୋଚକ ପୂର୍ଣ୍ଣ ମତ ରଖିଛନ୍ତି ।
ସେ ସଂସଦ ବାହାରେ ସାମ୍ବାଦିକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଲୋକମାନେ ଦୈନିକ ସୂର୍ଯ୍ୟକିରଣରେ ୧୫ ମିନିଟ ରହିଲେ କରୋନା ଭାଇରସ ମରିଯିବ । ଦିନ ୧୧ଟାରୁ ୧ଟା ମଧ୍ୟରେ ସୂର୍ଯ୍ୟକିରଣ ପ୍ରଖର ଥାଏ । ତେଣୁ ଯଦି ଆମେ ସୂର୍ଯ୍ୟକିରଣରେ ୧୦ରୁ ୧୫ମିନିଟ ଛିଡା ହେବା ଏହା ଆମପାଇଁ ଲାଭ ଦାୟକ ହେବ । ଏହା ଶରୀରରେ ଭିଟାମିନ ଡି ସୃଷ୍ଟି କରିବାରେ ସାହାଯ୍ୟ କରିବ ଏବଂ ଏହି ଭାଇରସ ଗୁଡିକୁ ମାରିଦେବ । ତେଣୁ ଲୋକମାନେ ସୂର୍ଯ୍ୟସ୍ନାନ କରିବା ଉଚିତ । ଅବଶ୍ୟ ଭିଟାମିନ ଡି ଏବଂ ସୂର୍ଯ୍ୟକରିଣ ଏହି ଭାଇରସର ବୃଦ୍ଧିକୁ ଶିଥିଳ କରିବା କଥା ଯଦିଓ ଠିକ ତେବେ ଏହାକୁ କରୋନା ଭାଇରସକୁ ଯେ ପ୍ରଭାବଶାଳୀ ଢଙ୍ଗରେ ମାରି ପାରିବ ତାର ଏଯାଏଁ କୌଣସି ପ୍ରମାଣ ମିଳିନାହିଁ । ଏଭଳି ସ୍ଥିତିରେ ସରକାର କରୋନା ଭାଇରସକୁ ନେଇ ସୃଷ୍ଟି ହେଉଥିବା ଗୁଜବରେ ବିଶ୍ୱାସ ନ କରିବାକୁ କହୁଥିବା ବେଳେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking