29.1 C
Bhubaneswar
Wednesday, May 1, 2024
Homeଓଡିଶା*ସମ ଅଲ୍ଲ୍ଟିମେଟ ମେଡିକେୟାର ରେ ପ୍ରଥମ ଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ*

*ସମ ଅଲ୍ଲ୍ଟିମେଟ ମେଡିକେୟାର ରେ ପ୍ରଥମ ଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ*

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ରେ ଚିକିତ୍ସା ଆରମ୍ଭ କରାଯାଇଛି | ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ସୁକ୍ଷ୍ମ ଏଣ୍ଡୋସ୍କୋପି ମାଧ୍ୟମରେ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇପାରୁଛି।

 

ନିକଟରେ ଭୁବନେଶ୍ୱରର ଏକ ଯୁବକଙ୍କ ଲାଳ ଗ୍ରନ୍ଥି (ସବମାଣ୍ଡୁଲାର ଗ୍ଲାଣ୍ଡ ଡକ୍ଟ) ରେ ପଥର ସୃଷ୍ଟି ହୋଇଥିବା ବେଳେ ଏହି ସିଆଲୋଏଣ୍ଡୋସ୍କୋପିକ ପଦ୍ଧତି ରେ ତାହା

ବାହାର କରିବାରେ ସଫଳ ହୋଇଛନ୍ତି ସମ ଅଲ୍ଲ୍ଟିମେଟ ମେଡିକେୟାରର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ | ପଥର ବାହାରିବା ପରେ ସୁସ୍ଥ ହୋଇଛନ୍ତି ଯୁବକ ଜଣକ |

 

ପୂର୍ବରୁ ସିଆଲାଡେନୀଟିସ କୁହା ଯାଉଥିବା ଏହି ସମସ୍ୟା ଦେଖାଦେଲେ ବେକ କିଛି ଅଂଶକୁ କାଟି ସମ୍ପୂର୍ଣ ସାଲାଇଭାରି ଗ୍ଲାଣ୍ଡ କୁ ବାହାର କରାଯାଉଥିଲା | ଯାହାଦ୍ୱାରା ବେକରେ ଏକ ବଡ ଦାଗ ମଧ୍ୟ ରହିଯାଉଥିଲା ବୋଲି ଡାକ୍ତର ସାହୁ କହିଛନ୍ତି |

 

ସିଆଲାଡେନିଟିସ, ସିଆଲୋଲିଥିଆସୀସ ଏବଂ ଅନ୍ୟାନ୍ୟ ଜଟିଳ ଲାଳ ଗ୍ରନ୍ଥୀ ଜନିତ ରୋଗର ପରୀକ୍ଷା, ଚିକିତ୍ସା ଓ ଅପରେସନ ଏବଂ ଅପରେସନ ପରବର୍ତୀ ପ୍ରକ୍ରିୟା ନିମନ୍ତେ ସିଆଲୋଏଣ୍ଡୋସ୍କୋପି ଏକ ଅତ୍ୟାଧୁନିକ ପ୍ରକ୍ରିୟା |

1.3 ମିଲିମିଟର ଆକାରର ଏକ ଛୋଟ ଏଣ୍ଡୋସ୍କୋପକୁ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ରେ ସାଲାଇଭାରୀ ଗ୍ଲାଣ୍ଡ ଡକ୍ଟ ଭିତରକୁ ଭର୍ତି କରାଯାଇ ପରୀକ୍ଷା ଓ ଚିକିତ୍ସା କରାଯାଇଥାଏ |

 

ଶରୀରରେ ଜଳୀୟ ଅଂଶ କମିବା ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ହେଲେ ଲାଳ ଗ୍ରନ୍ଥୀରେ ପଥର ସୃଷ୍ଟି ହୋଇଥାଏ |ପ୍ରଚୁର ପରିମାଣରେ ଜଳୀୟ ପଦାର୍ଥ ଗ୍ରହଣ ନ କଲେ ଲାଳ ଜମାଟ ବାନ୍ଧି ଥାଏ ଓ ଠିକ ଭାବେ ଖାଦ୍ୟ ନ ଖାଇଲେ ଲାଳ ସୃଷ୍ଟି ନହୋଇ ସାଲାଇଭାରୀ ଡକ୍ଟରେ ପଥର ସୃଷ୍ଟି ହୁଏ ବୋଲି ଡାକ୍ତର ସାହୁ କହିଛନ୍ତି |

 

ବେକର ବାମ ପଟର ଉପର ଭାଗ ଫୁଲି ଥିବା ସହ ଖାଇବା ସମୟରେ ଏହା ଫୁଲିଯାଉଥିବା ବେଳେ କିଛି ଘଣ୍ଟା ପରେ ପୁଣି କମିଯାଉଥିବାର ସମସ୍ୟା ନେଇ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ର ଏହି ୩୦ ବର୍ଷୀୟ ଯୁବକ ଜଣକ ଆସିଥିଲେ | ଚିକିତ୍ସା ସମୟରେ ତାଙ୍କର ସବ ମାଣ୍ଡିବୁଲାର ଡକ୍ଟ ଷ୍ଟୋନ ଚି଼ହ୍ନଟ ହୋଇଥିଲା ଏବଂ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଶରୀରରେ କୌଣସି ଦାଗ ସୃଷ୍ଟି କରାନଯାଇ ପଥର ବାହାର କରାଯାଇଛି |

ଆମେ ଯେଭଳି କିଡ଼ନୀରେ ଷ୍ଟୋନ ସୃଷ୍ଟି ହେଲେ କିଡ଼ନୀ ବାହାର କରି ନଥାଉ ସେହିଭଳି ଲାଳ ଗ୍ରନ୍ଥୀରେ ଷ୍ଟୋନ ହେଲେ ସମ୍ପୂର୍ଣ ଗ୍ରନ୍ଥୀ କୁ ବାହାର କରିବାର ଆବଶ୍ୟକତା ନାହିଁ | ସିଆଲୋଏଣ୍ଡୋସ୍କୋପିକ ପଦ୍ଧତିରେ ଖୁବ ସହଜରେ ପଥର କଢ଼ାଯାଇପାରିବ ବୋଲି ଡାକ୍ତର ସାହୁ କହିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking