29.4 C
Bhubaneswar
Thursday, April 18, 2024
Homeରାଜନୀତିଯାଦୁଆ ବିକୁଛନ୍ତି ଯାଦୁ ମଲମ - କଂଗ୍ରେସ

ଯାଦୁଆ ବିକୁଛନ୍ତି ଯାଦୁ ମଲମ – କଂଗ୍ରେସ

*ପୋଲିସ ବିଭାଗର ଅଜବ ନୀତି*

ଭୁବନେଶ୍ୱର – ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ଏବଂ ପୋଲିସକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଯୋଜନା ପ୍ରଣୟନ କରିବା ସହିତ ଜାତୀୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ପାଇଁ ମାନବାଧିକାର କମିଶନ ଭଳି ଅର୍ଧନାୟିକ ଅନୁଷ୍ଠାନ ମାନ ଗଠନ କରିଛନ୍ତି । ଏସବୁ ସତ୍ୱେ ଦେଶରେ ମାନବଧିକାର ଉଲ୍ଲଙ୍ଘନ ରୋକିବାରେ ନା ଧରୁନାହିଁ । ଏ ସମ୍ପର୍କରେ ଗତ କିଛିଦିନ ତଳେ ଭାରତର ମାନ୍ୟବର ମୁଖ୍ୟ ବିଚାରପତି ମତବ୍ୟକ୍ତ କରି କହିଥିଲେ ଯେ ଦେଶରେ ପୋଲିସ ଥାନା ମାନଙ୍କରେ ସବୁଠାରୁ ଅଧିକ ମାନବଧିକାର ଉଲ୍ଲଙ୍ଘନ ହେଉଛି । ମାନ୍ୟବର ମୁଖ୍ୟ ବିଚାରପତି ଯେଉଁ ଉକ୍ତି ପାଇଁ ସମଗ୍ର ଭାରତବର୍ଷରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । ଯେଉଁମାନେ ମାନବଧିକାର ଉଲ୍ଲଙ୍ଘନ କରି ବଦଳି ହେଉଛନ୍ତି ସେମାନଙ୍କୁ ଅନ୍ୟ ଏକ ଥାନାର ଦାୟିତ୍ୱ ଦିଆଯାଉଥିବା ସ୍ଥଳେ ଯେଉଁମାନେ ମାନବଧିକାର ଉଲ୍ଲଙ୍ଘନ କରି ମାନବଧିକାର କମିଶନଙ୍କ ଦ୍ୱାର ଦଣ୍ଡିତ ହୋଇଛନ୍ତି ସେମାନେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷୀତ ହୋଇଛନ୍ତି । ଖାଲି ସେତିକି ନୁହେଁ ଯେଉଁ ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ ଆସିଛି ସେମାନଙ୍କୁ ମହିଳା ଏବଂ ଶିଶୁ ଡେକ୍ସରେ ଅଧିଶୀତ କରାଯାଇଅଛି । ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି ରାଜ୍ୟ ସରକାର ଯାଦୁଆ ହାତରେ ଯାଦୁ ମଲମ ବିକୁଛନ୍ତି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର କହିଛନ୍ତି । ପ୍ରକାଶ ଯୋଗ୍ୟ ରାଜ୍ୟରେ ଏକାଧିକ ପୋଲିସ ଅଧିକାରୀ ରାଜ୍ୟ ମାନବଧିକାର ଉଲ୍ଲଙ୍ଘନ ଘଟଣାରେ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରା ଦଣ୍ଡିତ ହୋଇ ଏବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ ହୋଇଛନ୍ତି ଏବଂ କୌଣସି ଥାନରେ ହାଜତ ମୃତ୍ୟହେଲେ ସଂପୃକ୍ତ ଥାନା ଅଧିକାରୀଙ୍କୁ ବଦଳି କରାଯାଇ ଅନ୍ୟ ଏକ ଥାନାର ଦାୟିତ୍ୱ ଦିଆଯାଉଛି । ଏହି ପରିସ୍ଥିତିରେ ସଂପୃକ୍ତ ଅଧିକାରୀ ମାନଙ୍କ ଠାରୁ ମାନବାଧିକାର ସୁରକ୍ଷା ଆଶାକରିବା ବୃଥା ବୋଲି କଂଗ୍ରେସ କହିଛି । ସବୁଠାରୁ ଗରୁତ୍ୱପୂର୍ଣ୍ଣ ଘଟଣା ଗତ କିଛିଦିନ ତଳେ ଅନୁଗୁଳର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନାର ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ସଂପୃକ୍ତ ଅଧିକାରୀଙ୍କୁ ବଦଳି କରାଯାଇ କଟକ ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟର ମହିଳା ଏବଂ ଶିଶୁ ବିଭାଗର ଦାୟିତ୍ୱ ଦିଆଯାଇଛି । ଏହି ସମସ୍ତ ଘଟଣା ସୂଚାଉଛି ରାଜ୍ୟ ସରକାର ମାନବଧିକାର ସୁରକ୍ଷା ଦିଗରେ ଯେତିକି ଯତ୍ନବାନ ହେବା କଥା ସେତିକି ଯତ୍ନବାନ ନୁହଁନ୍ତି ବୋଲି କଂଗ୍ରେସ କହିଛି । କଂଗ୍ରେସର ଦାବି ରାଜ୍ୟ ସରକାର ମାନବାଧିକାର ଉଲ୍ଲଙ୍ଘନ କରିଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାଧାରଣ ଲୋକଙ୍କ ମାନବାଧିକାର ସୁରକ୍ଷା ପାଇଁ ପୋଲିସ୍‌କୁ କଡ଼ା ନିର୍ଦ୍ଦେଶ ଦିଅନ୍ତୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ଅମିୟ ପାଣ୍ଡବ, ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିେଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking