31.1 C
Bhubaneswar
Monday, May 20, 2024
Homeଓଡିଶାଆଜି ଶୁଲିଆ ଯାତ୍ରା : ପୁଣି ରକ୍ତ ରଞ୍ଜିତ ହେଲା ଖଇରଗୁରା, କୁମରିଆ ଗାଁର ସାନଖଳା...

ଆଜି ଶୁଲିଆ ଯାତ୍ରା : ପୁଣି ରକ୍ତ ରଞ୍ଜିତ ହେଲା ଖଇରଗୁରା, କୁମରିଆ ଗାଁର ସାନଖଳା ଓ ବଡ଼ଖଳା

ସଇଁନ୍ତଳା: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ର ପ୍ରସିଦ୍ଧ ଶୁଲିଆ ଯାତ୍ରା ଆଜି ଅନୁଷ୍ଠିତ ହେଉଛି । ଯାତ୍ରାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବଳିପଡ଼ିବ । କୋଭିଡ୍ କଟକଣା ଅନୁଯାୟୀ ଯାତ୍ରା ସମ୍ପନ୍ନ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହୋଇଛି । ଶୁଲିଆ ମଞ୍ଚ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୬୩ଟି ଗାଁର ପ୍ରତିନିଧି ଯୋଗ ଦେଇଥିଲେ । ମିଳିତ ମଞ୍ଚ ସଭାପତି ତଥା ଆଦିବାସୀ ନେତା ମୟ ପ୍ରଧାନୀ ଯାତ୍ରା ବିଷୟରେ ସବିଶେଷ ସୂଚନା ଦେଇଥିଲେ । କନ୍ଧ ଆଦିବାସୀ ସମାଜ କେନ୍ଦ୍ରୀୟ ସଭାପତି ଚିନ୍ତାମଣି ଭୋଇ କହିଛନ୍ତି, ପାରମ୍ପରିକ ରୀତିନୀତି ଅନୁଯାୟୀ ଯାତ୍ରା ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

କୋଭିଡ କଟକଣା ଭିତରେ ଯାତ୍ରା ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ପାରମ୍ପରିକ ରୀତିନୀତିରେ ବଳି ପଡ଼ିବ ବୋଲି ବଡ଼ଖଳାର ଦେହେରୀ ସୋମନାଥ ଦେହେରିଆ କହିଛନ୍ତି । ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକ୍ କୁଲୁତାପଡ଼ା ପଞ୍ଚାୟତ ଖଇରଗୁଡ଼ା ଓ କୁମୁରିଆ ଗାଁରେ ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀ ପରମ୍ପରା ଅନୁସାରେ ଏହି ଯାତ୍ରାରେ ଫୁଲ, ଦୁବ, ନଡ଼ିଆ ଭୋଗ ସହ ଜନ୍ତୁ ବଳି ଦେଇ ମାନସିକଧାରୀମାନେ ପୂଜାର୍ଚ୍ଚନା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking