28.1 C
Bhubaneswar
Friday, July 26, 2024
Homeଓଡିଶାଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ...

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ସୁଜାତା ରାଉତ କାର୍ତ୍ତିକେୟନ୍ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ କାର୍ଯ୍ୟ କରିବା ଏକ ଗୌରବର କଥା ଓ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିବାରୁ ଏହାକୁ ସେ ଆନ୍ତରିକ ଭାବେ ସଂପାଦନ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଲୋକସେବା ଭବନ ଠାରେ ବିଭାଗୀୟ ନିର୍ଦ୍ଦେଶକ ଦିଲିପ ରାଉତରାଏ , ସ୍ଵତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ , ଯୁଗ୍ମ ସଚିବ ଅତସୀ ଦାସ , ଯୁଗ୍ମ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ୟ୍ୟ , ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି , ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଡ . ପ୍ରସନ୍ନ କୁମାର ସ୍ବାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ଵାଗତ କରିଥିଲେ ।

ପରେ ଶ୍ରୀମତୀ କାର୍ତ୍ତିକେୟନ୍ ବିଭାଗର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବା ସହ ଅଧିକାରୀମାନଙ୍କ ଠାରୁ ସହଯୋଗ କାମନା କରିଥିଲେ । ପରେ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୨ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଶ୍ରୀମତୀ କାର୍ତ୍ତିକେୟନ୍ ଖୁସି ବ୍ୟକ୍ତ କରିଥିଲେ । ଏଭଳି ଚିତ୍ରକଳା ଆୟୋଜନ କରିଥିବାରୁ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କର ସେ ପ୍ରଶଂସା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ , ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ . ଭାଗ୍ୟଲିପି ମଲ୍ଲଙ୍କ ସମେତ ସଂଗ୍ରହାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking