କୋଟା : ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ସର୍ବଭାରତୀୟସ୍ତରେ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେବାକୁ ରାଜସ୍ଥାନର କୋଟା ସହରକୁ ଆସିଥିବା ଜଣେ ୧୭ ବର୍ଷୀୟ ଯୁବକ ସୋମବାର ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଷ୍ପେନ୍ଦ୍ର ନାମକ ଏହି ଯୁବକ ରାଜସ୍ଥାନର ଜାଲୋର ଜିଲ୍ଲା ନିବାସୀ ହୋଇଥିବାବେଳେ ଗତ ସପ୍ତାହରେ କୋଟା ଆସି ଏକ କୋଚିଂ ସେଣ୍ଟରରେ ନାମ ଲେଖାଇଥିଲେ । ପୁଲିସ ହଷ୍ଟେଲ ରୁମ୍ରୁ ପୁଷ୍ପେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ କୌଣସି ସୁଇସାଇଡ୍ ନୋଟ୍ ପାଇନଥିବା କହିଛି । ପୁଷ୍ପେନ୍ଦ୍ରଙ୍କୁ ମିଶାଇ ଗତ କିଛି ମାସ ମଧ୍ୟରେ କୋଟାକୁ ପ୍ରଶିକ୍ଷଣ ନେବାକୁ ଆସିଥିବା ଜେଇଇ/ନିଟ୍ ଆଶାୟୀ ୧୬ ଜଣ ପ୍ରାର୍ଥୀ ଆତ୍ମହତ୍ୟା କରିସାରିଲେଣି ।