39.1 C
Bhubaneswar
Friday, April 26, 2024
Homeଖେଳବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣିଲେ ସୁହାସ ଯତିରାଜ

ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣିଲେ ସୁହାସ ଯତିରାଜ

ଟୋକିଓ : ଟୋକିଓରେ ଚାଲିଥିବା ପାରାଲିମ୍ପିକ୍‌ କ୍ରୀଡ଼ାରେ ଆଜି ଆୟୋଜିତ ‘ପୁରୁଷ ସିଙ୍ଗ୍‌ଲ୍‌ସ୍‌ ଏସ୍‌ଏଲ୍‌୪’ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫାଇନାଲ୍‌ରେ ଫ୍ରାନ୍ସ୍‌ର ଲ୍ୟୁକାସ୍‌ ମାଜୁର୍‌ଙ୍କ ନିକଟରେ ପରାସ୍ତ ହୋଇ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସୁହାସ ଯତିରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ଯତିରାଜ ମାଜୁର୍‌ଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି। ଯତିରାଜ ପାଇଥିବା ପଦକକୁ ମିଶାଇ ଏଯାବତ୍ ପାରାଲିମ୍ପିକ୍‌ କ୍ରୀଡ଼ାରେ ଭାରତ ସମୁଦାୟ ୧୮ଟି ପଦକ ହାସଲ କରିଛି। ଏଥିରେ ରହିଛି ୪ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ। ଗତକାଲି ସୁହାସ ପ୍ରଥମ ସେମିଫାଇନାଲ୍‌ରେ ମାତ୍ର ୩୧ ମିନିଟ୍‌ ସମୟ ମଧ୍ୟରେ ଇଣ୍ଡୋନେସିଆର ଫ୍ରେଡି ସେତିଆୱାନ୍‌ଙ୍କୁ ୨୧-୯, ୨୧-୧୫ରେ ହରାଇ ଦେଇଥିଲେ। ଏହାକୁ ମିଶାଇ ପାରାଲିମ୍ପିକ୍ସ୍‌ରେ ଆୟୋଜିତ ‘ଏସ୍‌ଏଲ୍‌୪ ବର୍ଗ’ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ସମ୍ପ୍ରତି ବିଶ୍ବର ୩ ନମ୍ବର ଖେଳାଳି ମାନ୍ୟତାପ୍ରାପ୍ତ ସୁହାସ ୩ଟି ମ୍ୟାଚ୍‌ଖେଳିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking