30.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏଭଳି ସ୍ତ୍ରୀମାନେ...

ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏଭଳି ସ୍ତ୍ରୀମାନେ…

ନୂଆଦିଲ୍ଲୀ: ସାମୁଦ୍ରିକ ଶାସ୍ତ୍ରରେ ଶରୀରର ରଙ୍ଗ,ରୂପ ଏବଂଆକାରକୁ ଆଧାର କରି ଭବିଷ୍ୟତ ବିଷୟରେ ଅନେକ କଥା କୁହାଯାଇପାରେ। ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀମାନଙ୍କର ରଙ୍ଗ ଏବଂ ମୁହଁର ଭଙ୍ଗୀ ଦେଖି ଭବିଷ୍ୟତ ବିଷୟରେ ଆକଳନ କରାଯାଇପାରିବ। ଯେଉଁ ସ୍ତ୍ରୀର ମୁହଁ ଚନ୍ଦ୍ରମା ଭଳି ଗୋଲ , ଶରୀରର ରଙ୍ଗ ଗୋରା,ଆଖି ବଡ଼ ଏବଂ ଓଠ ହାଲୁକା ଲାଲ ହୋଇଥାଏ ସେହି ସ୍ତ୍ରୀ ଲୋକମାନେ ସଂସାରର ସବୁ ସୁଖ ଭୋଗ କରିଥାନ୍ତି। ଯେଉଁ ସ୍ତ୍ରୀର ଶରୀରର ରଙ୍ଗ ସୁନା ଭଳି ଏବଂ ହାତର ରଙ୍ଗ ପଦ୍ମ ଭଳି ସେହି ସ୍ତ୍ରୀ ପତିବ୍ରତା ହୋଇଥାଏ। ଯେଉଁ ସ୍ତ୍ରୀର ହାତର ରେଖା ଲାଲ ,ସ୍ପଷ୍ଟ,ଗଭୀର,ଚିକ୍କଣ ,ପୂର୍ଣ୍ଣ ଏବଂ ଗୋଲାକାର ହୋଇଥାଏ ସେହି ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାଏ। ଯେଉଁ ସ୍ତ୍ରୀର ଆଙ୍ଗୁଳି ଲମ୍ବା ,ଗୋଲ,ସୁନ୍ଦର ଏବଂ ପତଳା ହୋଇଥାଏ ସେହି ସ୍ତ୍ରୀ ଶୁଭ ହୋଇଥାନ୍ତି।

ଯେଉଁ ସ୍ତ୍ରୀର ଦୁଇଟି ଆଖି ହାଲୁକା ଲାଲ , ଆଖି ପିତୁଳାର ରଙ୍ଗ କଳା ଏବଂ ଧଳା ଭାଗ ଗାଇର କ୍ଷୀର ଭଳି ଓ ଆଖିପତାର ରଙ୍ଗ କଳା ହୋଇଥାଏ ସେହି ସ୍ତ୍ରୀମାନେ ସୁଲକ୍ଷଣା ହୋଇଥାନ୍ତି। ଯେଉଁ ସ୍ତ୍ରୀର ରଙ୍ଗ ଗୋରା କିମ୍ବା ଶ୍ୟାମଳ ହୋଇଥାଏ ,ମୁହଁ,ଦାନ୍ତ ଏବଂ କପାଳ ଚିକ୍କଣ ହୋଇଥାଏ ସେ ସ୍ତ୍ରୀଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କ ହାତ କୋମଳ ଏବଂ ପାପୁଲି ସାମାନ୍ୟ ଲାଲ ହୋଇଥାଏ ସେ ସ୍ତ୍ରୀଲୋକମାନେ ସୈାଭାଗ୍ୟବତୀ ଏବଂ ଧନବତୀ ହୋଇଥାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking