34.5 C
Bhubaneswar
Wednesday, April 15, 2026
Homeଓଡିଶାବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ

ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ

କଟକ: ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ଆସିଛି। ଦୁହିଁଙ୍କର ଛାଡ଼ପତ୍ର ହୋଇସାରିଛି। ଅନୁଭବ ମଧ୍ୟ ବିବାହର ଦ୍ବିତୀୟ ଇନିଂସ ଆରମ୍ଭ କରିସାରିଛନ୍ତି। ହେଲେ ଏବେ ପୁଣି ଥରେ ବର୍ଷା-ଅନୁଭବକୁ କୋର୍ଟରୁ ଖବର ଆସିଛି। ଅନୁଭବ ଓ ତାଙ୍କର ପରିବାର ବିରୋଧରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ବର୍ଷାଙ୍କୁ ଅନୁଭବ କ୍ଷତିପୂରଣ ଦେବେ ନାହିଁ। ତେବେ ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣପତ୍ର ପାଇ ପାରି ନାହାନ୍ତି। ଫଳରେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି। କୋର୍ଟଙ୍କ ରାୟ ଅନୁସାରେ ବର୍ଷାଙ୍କୁ ଭରଣପୋଷଣ ପାଇଁ ‌କୌଣସି ଟଙ୍କା ଦେବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking