27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶନୌବାହିନୀ ପକ୍ଷରୁ ବ୍ରହ୍ମସ୍‌ର ସଫଳ ପରୀକ୍ଷଣ

ନୌବାହିନୀ ପକ୍ଷରୁ ବ୍ରହ୍ମସ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌବାହିନୀ ପକ୍ଷରୁ ବୁଧବାର ବ୍ରହ୍ମସ୍ କ୍ଷେପଣାସ୍ତ୍ରର ସଂପ୍ରସାରିତ ଭର୍ସନ୍‌ର ସଫଳ ପରୀକ୍ଷଣ କରାଯାଇଛି । ନୌବାହିନୀର ଡେଷ୍ଟ୍ରୟର ଜାହାଜ ‘ଇମ୍ଫାଲ’ରୁ ଉତ୍‌କ୍ଷେପଣ ହୋଇଥିବା ଏହି କ୍ଷେପଣାସ୍ତ୍ର ସଫଳତାର ସହ ଲକ୍ଷ୍ୟଭେଦ କରିଥିବା କୁହାଯାଇଛି ।

ନୌବାହିନୀରେ ସାମିଲ ହେବା ପୂର୍ବରୁ ପ୍ରଥମ ଥର ବ୍ରହ୍ମସ୍ କ୍ଷେପଣାସ୍ତ୍ରକୁ କୌଣସି ଯୁଦ୍ଧଜାହାଜକୁ ନିକ୍ଷେପ କରାଯାଇଛି ବୋଲି ନୌବାହିନୀର ଲୋକସମ୍ପର୍କ ଅଧିକାରୀ କମାଣ୍ଡର ବିବେକ ମାଧୱାଲ କହିଛନ୍ତି । ମୁମ୍ବାଇସ୍ଥିତ ମାଜଗାଓଁ ଡକ୍‌ୟାର୍ଡରେ ନିର୍ମିତ ‘ଇମ୍ଫାଲ’ ଜାହାଜ ଗତ ଅକ୍ଟୋବର ୨୦ରେ ନୌବାହିନୀରେ ସାମିଲ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking