29.1 C
Bhubaneswar
Sunday, May 19, 2024
Homeଓଡିଶା୨୫ ସୁଦ୍ଧା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ପଠାଅ : ଅର୍ଥ ବିଭାଗ

୨୫ ସୁଦ୍ଧା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ପଠାଅ : ଅର୍ଥ ବିଭାଗ

ଭୁବନେଶ୍ୱର:  କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଅତିରିକ୍ତ ବଜେଟ୍ ପାଇଁ ଆବଶ୍ୟକ ପ୍ରସ୍ତାବ ପଠାଇବାକୁ ସମସ୍ତ ବିଭାଗକୁ ଅର୍ଥ ବିଭାଗ କହିଛି । ଆସନ୍ତା୨୫ତାରିଖ ସୁଦ୍ଧା ଅନଲାଇନରେ ପ୍ରସ୍ତାବ ପଠାଇବାକୁ କୁହାଯାଇଛି । ଅତିରିକ୍ତ ବଜେଟ ପ୍ରସ୍ତୁତ ସମୟରେ କେବଳ ସାନି ପ୍ରାଥମିକତା ଧାର୍ଯ୍ୟ ଓ ବଜେଟରେ ଆବଣ୍ଟିତ ଅର୍ଥକୁ ସାନି ଆବଣ୍ଟନ କରିବାକୁ ଅର୍ଥ ବିଭାଗ କହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୫% ରହିଥିବାରୁ ଅଧିକ ଅର୍ଥ ଆବଣ୍ଟନ ସମ୍ଭବପର ନୁହେଁ କିମ୍ବା ଋଣ କରିବା ମଧ୍ୟ ଉଚିତ୍ ନୁହେଁ ବୋଲି ଅର୍ଥ ବିଭାଗ କହିଛି । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଅଗଷ୍ଟ ୨୫ତାରିଖ ସୁଦ୍ଧା ଅତିରିକ୍ତ ବଜେଟ ପାଇଁ ପ୍ରସ୍ତାବ ଅନଲାଇନରେ ପଠାଇବାକୁ କହିଛନ୍ତି ।

ଅର୍ଥ ବିଭାଗକୁ ପ୍ରଶାସନିକ ବ୍ୟୟର ପ୍ରସ୍ତାବ ଏବଂ ଯୋଜନା ଓ ସଂଯୋଜନ ବିଭାଗକୁ କାର୍ଯ୍ୟକ୍ରମ ବ୍ୟୟର ପ୍ରସ୍ତାବ ପଠାଇବାର ଶେଷ ତାରିଖ ଅଗଷ୍ଟ ୨୫ଧାର୍ଯ୍ୟ ହୋଇଛି । ପ୍ରଶାସନିକ ବିଭାଗଗୁଡ଼ିକ ଯୋଜନାୱାରି ଅର୍ଥ ଆବଣ୍ଟନ କରି ସେହି ପ୍ରସ୍ତାବକୁ ଯୋଜନା ଓ ସଂଯୋଜନ ବିଭାଗରେ ଦାଖଲ କରିବେ । ଆଉ ସମସ୍ତ କାର୍ଯ୍ୟକ୍ରମ ବ୍ୟୟ ପ୍ରସ୍ତାବକୁ ଯୋଜନା ଓ ସଂଯୋଜନ ବିଭାଗର ଅନୁମୋଦନ ପରେ ହିଁ ଅର୍ଥ ବିଭାଗରେ ଦାଖଲ କରିବାର ସୁଯୋଗ ମିଳିବ । ଅର୍ଥ ସଚିବ ଶ୍ରୀ ଦେବ ଆହୁରି ମଧ୍ୟ କହିଚନ୍ତି ଯେ, ଦ୍ୱିତୀୟ ଲହର ଆଶଙ୍କା ମଧ୍ୟରେ ୨୦୨୧-୨୨ ଆଥିକ ବର୍ଷର ବଜେଟ ଫେବୃୟାରୀ ୨୨ତାରିଖରେ ବିଧାନସଭାରେ ଉପସ୍ଥାପିତ ହୋଇଥିଲା । ଚଳିତବର୍ଷ ବଜେଟରେ ସରକାର ମେଡିକାଲ ଭିତ୍ତିଭୂମି, ସ୍ୱାସ୍ଥ୍ୟ ସେବାରେ ସୁଧାର, ଶିଳ୍ପାୟନ, ଦକ୍ଷତା ବିକାଶ, ପର୍ଯ୍ୟଟନର ବିକାଶ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ଉପରେ ପ୍ରାଥମିକତା ଦେଇଛନ୍ତି ।

ତେବେ ବାର୍ଷିକ ବଜେଟ ପ୍ରସ୍ତୁତି ବେଳେ ବିତ୍ତୀୟ ନିଅଣ୍ଟର ସୀମା ସର୍ବାଧିକ ୩.୫%କୁ ଛୁଇଁ ସାରିଛି । ଅବଶ୍ୟ ଚଳିତ ଆର୍ôଥକ ବର୍ଷରେ ଅଧିକ ଋଣ କରିବାର ସମ୍ଭାବନା ରହିଛି କିନ୍ତୁ ତୃତୀୟ ଲହରର ଆଶଙ୍କା ଓ ରାଜ୍ୟ ଜିଡିପିରେ ସୁଧାର ସମ୍ଭାବନା କମ୍ ଥିବାକୁ ଦୃଷ୍ଟିରେ ରଖି ସରକାର ଋଣ କରି ଅର୍ଥବ୍ୟବସ୍ଥା ଉପରେ ଚାପ ପକାଇବାକୁ ଚାହୁଁନାହାନ୍ତି । ତେଣୁ ଅତିରିକ୍ତ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ ସମୟରେ ଯୋଜନାଗୁଡ଼ିକର ପ୍ରାଥମିକତାକୁ ଚିହ୍ନଟ କରି ସେସବୁର ଅର୍ଥକୁ ପୁନଃ ସ୍ଥାନାନ୍ତର ଓ ସାନି ପ୍ରାଥମିକତା ନିର୍ଦ୍ଧାରଣ କରିବାର ସୁଯୋଗ ବିଭାଗଗୁଡ଼ିକ ପାଖରେ ରହିଛି । ଅବଶ୍ୟ କୋଭିଡ୍‌-୧୯ ପରିଚାଳନା ବ୍ୟୟ, ଜୀବିକାମିଶନ ସଂକ୍ରାନ୍ତ ବ୍ୟୟ, ଚାଲିଥିବା କାପେକ୍ସ ପ୍ରୋଜେକ୍ଟ ଆଦି ପାଇଁ ଅର୍ଥ ବରାଦ ଗୁଡ଼ିକ ପ୍ରଭାବିତ ହେବ ନାହିଁ । ବଜେଟ ପ୍ରସ୍ତୁତ ସମୟରେ ବିଭିନ୍ନ ଦିଗକୁ ନଜର ଦେଇ ଆବଶ୍ୟକ ପରିମାଣର ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking