ଯାଜପୁର: ନିୟମିତ ରେଳ ଯାତ୍ରୀ ସଙ୍ଘ ଓଡିଶା ପକ୍ଷରୁ ୮ ଦଫା ଦାବିକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଙ୍କ ଉଦେଶ୍ୟରେଆଜି ଯାଜପୁର କେନ୍ଦୁଝର ଷ୍ଟେସନ ମ୍ୟାନେଜେର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଳେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ ଯାତାୟାତର ସୁବିଧା ବାଲେଶ୍ୱରରୁ ଭୁବନେଶ୍ୱର ଚାଲୁଥିବା ମେମୁ ଟ୍ରେନର କୋଚ ସଂଖ୍ୟା ବୃଦ୍ଧି ଯାଜପୁର କେନ୍ଦୁଝର ରୋଡ଼କୁ ରେଳ ଡିଭିଜନ ମାନ୍ୟତା, ସମସ୍ତ ଯାତ୍ରୀବାହୀ ଟ୍ରେନରେ ଏକ୍ସପ୍ରେସ ଭଡା ପରିବର୍ତ୍ତେ ପ୍ୟାସେଞ୍ଜର ଭଡା ପ୍ରଚଳନ । କଟକ – ଭୁବନେଶ୍ୱର ଦୈତ୍ୟ ନଗରୀକୁ ମେଟ୍ରୋ ଟ୍ରେନ ଯୋଗେ ସଂଯୁକ୍ତ ବାରିପଦାରୁ ଭାୟା ହରିଦାସପୁର, ପାରାଦୀପକୁ ଏକ ମେମୁ ଟ୍ରେନ ଠିକ ସମୟରେ ଚଳାଚଳ, ଖଡ଼ଗ ପୁର- ଖୋର୍ଦ୍ଧା ରୋଡ଼ ଫାଷ୍ଟ ପ୍ୟାସେଞ୍ଜର ଟ୍ରେନକୁ ବ୍ରହ୍ମପୁରରୁ ନୟାଗଡ଼ ଟାଉନକୁ ଏକ ନୂତନ ଚଳାଚଳ ପ୍ରଭୃତି ଦାବୀପତ୍ରରେ ଉଲ୍ଲେଖ ରହିଛି ବୋଲି ସଙ୍ଘ ଆବାହକ ପୂର୍ଣଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ଶ୍ରୀ ଦାଶ ରେଳ ବାଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ସଙ୍ଘ ପକ୍ଷରୁ ବହୁ ବାର ଦାବୀ ପତ୍ର ପଦାନ କରି ଥିଲେ