26.1 C
Bhubaneswar
Saturday, January 11, 2025
Homeଓଡିଶାଛାତ୍ରଛାତ୍ରୀଙ୍କ ମାସିକ ଉପସ୍ଥାନ ଦାଖଲ ନିର୍ଦ୍ଦେଶ: ୫୮,୦୮୯ ସ୍କୁଲର ଶିକ୍ଷାଦାନର ରିପୋର୍ଟ ପ୍ରସ୍ତୁତ କରିବ ଓସେପା

ଛାତ୍ରଛାତ୍ରୀଙ୍କ ମାସିକ ଉପସ୍ଥାନ ଦାଖଲ ନିର୍ଦ୍ଦେଶ: ୫୮,୦୮୯ ସ୍କୁଲର ଶିକ୍ଷାଦାନର ରିପୋର୍ଟ ପ୍ରସ୍ତୁତ କରିବ ଓସେପା

ଭୁବନେଶ୍ୱର: ରାଜ୍ୟରେ କରୋନା ପରଠାରୁ ୭୦୦ ଦିନ ପରେ ପ୍ରାଥମିକ(ପ୍ରଥମରୁ ସପ୍ତମ ଶ୍ରେଣୀ)ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି । ତେବେ ଯେଉଁ ଛାତ୍ରଛାତ୍ରୀ ୨୦୧୯ରେ ପ୍ରଥମରେ ନାମଲେଖାଇଥିଲେ ସେମାନେ ସିଧାସଳଖ ତୃତୀୟ ଶ୍ରେଣୀରେ ଓ ୫ମ ଶ୍ରେଣୀ ଛାତ୍ରଛାତ୍ରୀ ଏବେ ୭ମ ଶ୍ରେଣୀରେ ପାଠପଢ଼ୁଛନ୍ତି ।  ଛାତ୍ରଛାତ୍ରୀ ସ୍କୁଲ ଆସିବା ପରେ ସିଧାସଳଖ ୨ଟି ଶ୍ରେଣୀ ଡେଇଁ ଉପର ଶ୍ରେଣୀରେ ଶିକ୍ଷାଗ୍ରହଣ କରୁଛନ୍ତି । ଗତ ୨୮ରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ମୋଟ ୫୮ହଜାର ୦୮୯ଟି ପ୍ରାଥମିକ ସ୍କୁଲରେ ଶ୍ରେଣୀ ପାଠପଢ଼ା ଚାଲିଛି । ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ଆଉ ଅଳ୍ପ ଦିନ ପିଲାଙ୍କୁ ସ୍କୁଲ ଛାଡିବାକୁ ଅନେକ ଅଭିଭାବକ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି । ଅନେକ ସ୍କୁଲରେ ପିଲାଙ୍କ ଉପସ୍ଥାନ ଆଶାତୀତ କମ୍ ରହିଛି । ଏପରିକି ଅନେକ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲରୁ ଟିସି ନନେଇ ମଧ୍ୟ ଗୋଟିଏ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ନାମ ଲେଖାଇଛନ୍ତି । ଫଳରେ ସ୍କୁଲ ଖୋଲିବା ପରେ ଅନେକ ସ୍କୁଲରେ ପିଲାଙ୍କ ଉପସ୍ଥାନହାର ଖୁବ କମ ରହିଛି । ଏପରିକି ଯେଉଁ ପିଲାମାନେ ସ୍କୁଲ ଆସୁନାହାଁନ୍ତି ସେମାନେ ଅନ୍ୟତ୍ର ପଢ଼ୁଛନ୍ତି ନା ଅଧାରୁ ପାଠପଢ଼ା ଛାଡିଛନ୍ତି ତାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ସରକାରୀ, ଘରୋଇ ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡିକରେ ଦୈନିକ କେତେଛାତ୍ରଛାତ୍ରୀ ଆସୁଛନ୍ତି ତାହାର ଉପସ୍ଥାନ ସ୍କୁଲ ପକ୍ଷରୁ ଦାଖଲ କରାଯିବ । ମାର୍ଚ୍ଚ ଶେଷସୁଦ୍ଧା ଜିଲ୍ଲାୱାରୀ ରିପୋର୍ଟ ବିଭାଗକୁ ସ୍କୁଲଗୁଡ଼ିକ ପ୍ରଦାନ କରିବେ । ସେହିପରି ସବୁ ସ୍କୁଲର ପାଠପଢ଼ାର ବ୍ୟବସ୍ଥା ଏବଂ ଶିକ୍ଷାଦାନଶୈଳୀ ଓସେପା ଦ୍ୱାରା ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଗଣାଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking