28.1 C
Bhubaneswar
Thursday, May 2, 2024
Homeଓଡିଶାପରୀକ୍ଷା କେନ୍ଦ୍ର ପରିବର୍ତନ କରିପାରିବେ ଛାତ୍ରଛାତ୍ରୀ

ପରୀକ୍ଷା କେନ୍ଦ୍ର ପରିବର୍ତନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଦଶମ ଓ ଦ୍ବାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଦଶମ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ବାଦଶ ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ। ତେବେ ମାଇନର ବିଷୟଗୁଡ଼ିକ ଲାଗି ନଭେମ୍ବର ୧୭ରୁ ଦ୍ବାଦଶ ଏବଂ ନଭେମ୍ବର ୧୬ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ତା’ର ସମୟ ସାରଣୀ ସ୍କୁଲଗୁଡ଼ିକୁ ପଠାଇ ଦିଆଯିବ। ସ୍କୁଲଗୁଡ଼ିକ ସେହିସବୁ ବିଷୟଗୁଡ଼ିକର ପରୀକ୍ଷା ପରିଚାଳନା କରିବେ। ପରୀକ୍ଷାର୍ଥୀମାନେ ସିବିଏସ୍‌ଇ ୱେବ୍‌ସାଇଟ୍‌ରେ ପରୀକ୍ଷାର ତାରିଖ ଓ ସମୟସୂଚୀ ଦେଖିପାରିବେ।

ମହାମାରୀ କରୋନା ସଂକ୍ରମଣ ଏବେ ବି କମି ନ ଥିବାରୁ କେତେକ ରାଜ୍ୟରେ ଛାତ୍ରଛାତ୍ରୀ ପଢ଼ୁଥିବା ସ୍କୁଲକୁ ଫେରି ପାରି ନାହାନ୍ତି। ନିଜ ଘରେ ରହି ଅନ‌୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ ନିଜ ପରୀକ୍ଷା କେନ୍ଦ୍ର ସହର ପରିବର୍ତନ କରିପାରିବେ। ନିଜେ ରହୁଥିବା ସହରର ପରୀକ୍ଷା କେନ୍ଦ୍ରକୁ ଚୟନ କରିବେ। ସିବିଏସ୍‌ଇ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳିକୁ ସ୍କୁଲଗୁଡ଼ିକ ମାନିବା ସହ ଅନ୍‌ଲାଇନ୍‌ ମାଧ୍ୟମରେ ସିବିଏସ୍‌ଇକୁ ଅନୁରୋଧ କରିପାରିବେ। ସମସ୍ତ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତୃପକ୍ଷ ନିୟମିତ ଭାବେ ସିବିଏସ୍‌ଇ ୱେବସାଇଟ୍‌ ସଂଯୋଗରେ ରହିବେ। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବା ସହ ଏକ ନିର୍ଧାରିତ ସମୟ ଦିଆଯିବ। ଉକ୍ତ ସମୟ ମଧ୍ୟରେ ଛାତ୍ରଛାତ୍ରୀ ନିଜର ପରୀକ୍ଷା କେନ୍ଦ୍ର ପରିବର୍ତନ ପାଇଁ ଆବେଦନ କରିପାରିବେ। ଧାର୍ଯ୍ୟ ସମୟ ପରେ ଆସୁଥିବା କୌଣସି ବି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking