33.3 C
Bhubaneswar
Monday, August 3, 2026
Homeଓଡିଶାରେଭେନ୍ସାରେ ଛାତ୍ର ଅଶାନ୍ତି

ରେଭେନ୍ସାରେ ଛାତ୍ର ଅଶାନ୍ତି

କଟକ : ରେଭେନ୍ସାରେ ଛାତ୍ର ଅଶାନ୍ତି । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଇଷ୍ଟ ହଷ୍ଟେଲର ଶତାଧିକ ଛାତ୍ର । ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଛାତ୍ର ମାନେ ଅନଶନରେ ବସିଛନ୍ତି । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ଛାତ୍ର ମାନେ । ହଷ୍ଟେଲ ମେସ୍ ରବିବାର ଠାରୁ ଏକ ପ୍ରକାର ଅଚଳ କହିଲେ ଚଳେ । କେବଳ ଅନଶନ ନୁହେଁ ବରଂ ହଷ୍ଟେଲ ଆଗରେ ଅହୋରାତ୍ର ଧାରଣାରେ ବସିଛନ୍ତି ଇଷ୍ଟ ହଷ୍ଟେଲ ଅନ୍ତେବାସୀ । ସେମାନଙ୍କ ଅଭିଯୋଗ, ହଷ୍ଟେଲର ଡେପୁଟି ୱାର୍ଡେନ ମନମାନି ଚଳାଇଛନ୍ତି । ଅଚାନକ ହଷ୍ଟେଲକୁ ଆସି, ମନଇଚ୍ଛା ପିଲା ମାନଙ୍କୁ ବାହାର କରିଦେଇ ଘରେ ତାଲା ପକାଇ ଦେଉଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଛାତ୍ରମାନେ ଆନ୍ଦୋଳନ ଚଳାଇଛନ୍ତି । ଅଭିଯୋଗ ମୁତାବକ, ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନ ରବି ଉଲ ଆନସାରୀ ଜଣେ ଅନ୍ତେବାସୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିଛନ୍ତି । ଛାତ୍ର ଜଣଙ୍କର ରୁମ୍‌ରେ ତାଲା ପକାଇବା ସହ ତାଙ୍କୁ ହଷ୍ଟେଲ ବାହାରକୁ ଚାଲିଯିବାକୁ କହିଛନ୍ତି । ସମ୍ପୃକ୍ତ ଛାତ୍ରଙ୍କ ବିରୁଦ୍ଧରେ ସାକ୍ଷୀ ଦେବାଲାଗି ଅନ୍ୟ ଅନ୍ତେବାସୀ ମାନଙ୍କୁ ବାଧ୍ୟ କରୁଛନ୍ତି । ଯାହାକୁ ନେଇ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking