32.1 C
Bhubaneswar
Friday, September 20, 2024
Homeଓଡିଶାଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଆହତ

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଆହତ

ଭଞ୍ଜନଗର: ଶିକ୍ଷୟିତ୍ରୀଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରର ଫାଟିଲା ମୁଣ୍ଡ । ପ୍ରତିବାଦରେ ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାକଙ୍କ ଧାରଣା । ଗଂଜାମ ଜିଲ୍ଲା ଆସ୍କା ଥାନା ମୁକୁନ୍ଦପୁର ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଘଟଣା । ଗତକାଲି ଅପରାହ୍ନରେ ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗି ଫାଟିଯାଇଥିଲା ।

ଆଜି ଘଟଣାକୁ ପ୍ରତିବାଦ କରି ଅଞ୍ଚଳବାସୀ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଘଟଣାସ୍ଥଳରେ ଆସ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା । ଅନ୍ୟପକ୍ଷରେ ସଂପୃକ୍ତ ଶିକ୍ଷୟିତ୍ରୀ ଜଣକ ଆଜି ବିଦ୍ୟାଳୟକୁ ଆସିନଥିବା ବେଳେ , ଶିକ୍ଷୟିତ୍ରୀ ଜଣକ ଛୁଟିରେ ରହିଥିବା ନେଇ ଗୋଷ୍ଠୀ ଶିକ୍ଷାଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking