28.1 C
Bhubaneswar
Wednesday, April 29, 2026
Homeଓଡିଶାକାର୍ତ୍ତିକ ପୂର୍ଣ୍ଣିମାରେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

କାର୍ତ୍ତିକ ପୂର୍ଣ୍ଣିମାରେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମାରେ ଭିଡ଼କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇଛି। ଅନ୍ୟ ତିନି ଦ୍ୱାରରେ ପ୍ରବେଶ ବାରଣ କରାଯାଇଥିବା ବେଳେ ପ୍ରସ୍ଥାନ କରିପାରିବେ ଭକ୍ତ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପ୍ରଶାସନ ତରଫରୁ ଇନ୍ସିଡେଣ୍ଟ ଫ୍ରି ଆରେଞ୍ଜମେଣ୍ଟ କରାଯାଇଛି। ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସମସ୍ତ ବିଭାଗ ସହ ବୈଠକ ପରେ ଏହି ସୂଚନା ଦେଇଥିଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ତେବେ କାର୍ତ୍ତିକ ପୂର୍ଣ୍ଣିମାରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ। ତଥା ତିନିଟି ଦ୍ୱାରରେ ପ୍ରସ୍ଥାନ କରିବେ। ଏନେଇ ମାର୍କେଟ୍ ଛକଠାରୁ ନୋ ଭେହିକିଲ୍ ଜୋନ୍‌।

ମାର୍କେଟ୍ ଛକଠାରୁ ମର୍ଚ୍ଚିକୋଟ, ମର୍ଚିକୋଟ ଠାରୁ ଶ୍ରୀନଅର , ଶ୍ରୀନଅର ଠାରୁ ସିଂହଦ୍ୱାର, ଏଇଭଳି ତିନି ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡିଂ ସିଷ୍ଟ୍‌ମ। ଚାରିଦ୍ୱାର ସେଡ୍ ସମେତ ମାର୍କେଟ୍ ଛକ ପର୍ଯ୍ୟନ୍ତ ସମସ୍ତ ସେଡ୍‌ରେ ରହିବ ଫ୍ୟାନ୍ ଲାଇଟ୍ ବ୍ୟବସ୍ଥା। ଏହା ସହିତ ସିଂହଦ୍ୱାରେ ଲାଗିଥିବା ଏଲ୍‌ଇଡିରେ ଭକ୍ତଙ୍କୁ ନୀତି ବିଷୟରେ ନିୟମିତ ସୂଚନା ଦିଆଯିବ। ଅଗ୍ନିଶମ ବିଭାଗ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ରହିବ। ସମୁଦ୍ର ତଟ ଓ ତୀର୍ଥ ପୁଷ୍କରିଣୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଅନ୍ୟପଟରେ ଟି ପି ସି ଓ ଡି ଏଲ, ଓବିସିସି, ୱାଟ୍‌କୋ ସମେତ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏଥିରେ ଏସ୍‌ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ୍ ନୀଳମାଧବ ଭୋଇ, ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଏସ ପି ସୁନିଲ କୁମାର ମିଶ୍ର, ଉପଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking