ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ
ଝଗ୍ଧବଗ୍ଧର ଖରଙ୍ଖରକ୍ଷ ଇଦ୍ଭଗ୍ଧସ- ଜବଶଶସଦ୍ଭଶ ଞବଗ୍ଦଳ ୠକ୍ଟକ୍ସମର ଗଠନ କରିବା ସହିତ ଶିକ୍ଷାନୁଷ୍ଠାନମାନଙ୍କରେ ର୍ୟାଗିଂ ନିରାକରଣ ପାଇଁ ସରକାର ତୁରନ୍ତ ଅଧିନିୟମ ଆଣନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର / ସମ୍ବଲପୁର, : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର୍ରୀ ରୁଚିକା ମହାନ୍ତି ର୍ୟ।।ଗିଂ ସହ୍ୟ କରିନପାରି ଗତ ଶନିବାର ଦିନ ଆତ୍ମହତ୍ୟା କରିବା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ପୀଡାଜନକ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଏବଂ ଗତ ୩ଦିନ ଧରି ରାଜ୍ୟ ସରକାରଙ୍କ ଦ୍ୱାରା ବିଶେଷ ଭାବରେ କୈାଣସି ପଦକ୍ଷେପ ନ ନେବା ନିଶ୍ଚିତ ରୂପେ ନିନ୍ଦନୀୟ । ଗତ ଦୁଇ ଦିନ ଧରି ବିଜେବି କଲେଜ ସାମ୍ନାରେ ନ୍ୟାୟ ଦାବୀ କରି ସ୍ୱର୍ଗତଃ ରୁଚିକାର ବାପା, ମା ଓ ପରିବାର ଧାରଣାରେ ବସିଥିଲେ ସୁଦ୍ଧା ସମ୍ବେଦନହୀନ ରାଜ୍ୟ ସରକାର କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କୈାଣସି ଦୃଢ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ରାଜ୍ୟ ସରକାର । କିଛି ଦିନ ତଳେ ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ର୍ୟାଗିଂ କାରଣରୁ ହୋଇଥିଲା ଏବଂ ପର୍ଯ୍ୟାପ୍ତ ପ୍ରମାଣ ଥାଇ ମଧ୍ୟ ଦୁଇ ମୃତ ଛାତ୍ର ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳି ପାରିଲାନାହିଁ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଥିବା ର୍ୟାଗିଂ ମୃତ୍ୟୁ ଘଟଣାରେ “ଆଇନ ତା ବାଟରେ ଯିବ” କହି ବୁଲୁଥିବା ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ କାହିଁକି ଏବିଷୟକୁ ନିଜେ ହସ୍ତକ୍ଷେପ କରୁନାହାଁନ୍ତି ତାହା ଛାତ୍ର ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଐକ୍ଟଦ୍ଭ’ଭକ୍ଷର ଔଙ୍କଗ୍ଦଗ୍ଧସମର ଇକ୍ସହସଗ୍ଧ ଚବଗ୍ଦବଚ୍ଚବଗ୍ଧ ଙ୍କର ଦ୍ୱାରା ୨୦୦୯ ମସିହାରେ ଦିଆଯାଇଥିବା ଖଣ୍ଡପୀଠ ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ କ୍ଟଲ କରକ୍ସବକ୍ଷବ ଙ୍ଖଗ୍ଦ ମକ୍ଟଙ୍କଦ୍ଭମସକ୍ଷ କ୍ଟଲ କ୍ଟ୍ରକ୍ସସଦ୍ଭମସକ୍ଟ୍ରବକ୍ଷ କ୍ଟଲ ମକ୍ଟକ୍ଷକ୍ଷରଶରଗ୍ଦ ସଦ୍ଭ ଳରକ୍ସବକ୍ଷବ ବଦ୍ଭୟ କ୍ଟଗ୍ଧଷରକ୍ସଗ୍ଦ ଙ୍କୁ ତୁରନ୍ତ ରାଜ୍ୟ ସରକାର ପାଳନ କରନ୍ତୁ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡ. ଆର୍.କେ.ରାଘବାନ୍ଙ୍କ ନେତୃତ୍ୱରେ ଗଠନ ହୋଇଥିବା “କମିଟି ଅନ୍ ରାଗିଙ୍ଗ୍ ସଜେସନ୍ସ୍”, ଯାହା ୨୦୦୭ ମସିହାରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇସାରିଛି, ତାକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ । ଗତକାଲି ବିଧାନସଭାରେ ଭାରତୀୟ ଜନତା ପାର୍ଟିର ବିଧାୟକ ମାନ୍ୟବର ସଦସ୍ୟକରଣ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ସିବିଆଇ ତଦନ୍ତ ଦାବୀ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ନହେଲେ ଭାରତୀୟ ଜନତା ଯୁବମୋର୍ଚ୍ଚା ଏହାକୁ ତୀବ୍ର ପ୍ରତିବାଦ କରିବ । ଓଡିଶାରେ ତୁରନ୍ତ ଝଗ୍ଧବଗ୍ଧର ଖରଙ୍ଖରକ୍ଷ ଇଦ୍ଭଗ୍ଧସ- ଜବଶଶସଦ୍ଭଶ ଞବଗ୍ଦଳ ୠକ୍ଟକ୍ସମର ଗଠନ କରିବା ସହିତ ଶିକ୍ଷାନୁଷ୍ଠାନମାନଙ୍କରେ ର୍ୟାଗିଂ ନିରାକରଣ ପାଇଁ ସରକାର ତୁରନ୍ତ ଅଧିନିୟମ ଆଣିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।