29.1 C
Bhubaneswar
Thursday, July 10, 2025
Homeଅପରାଧକ୍ଲାସ୍‌ମେଟ୍‌ଙ୍କ ଟାହି ଟାପରା ସହି ନ ପାରି ମରଣକୁ ଆବୋରି ନେଲେ ୧୦ମ ଶ୍ରେଣୀର ଛାତ୍ର

କ୍ଲାସ୍‌ମେଟ୍‌ଙ୍କ ଟାହି ଟାପରା ସହି ନ ପାରି ମରଣକୁ ଆବୋରି ନେଲେ ୧୦ମ ଶ୍ରେଣୀର ଛାତ୍ର

ନୂଆଦିଲ୍ଲୀ : କ୍ଲାସ୍‌ମେଟ୍‌ଙ୍କ ଟାହି ଟାପରା ସହି ନ ପାରି ମରଣକୁ ଆବୋରି ନେଲେ ୧୦ମ ଶ୍ରେଣୀର ଛାତ୍ର । ସାଙ୍ଗମାନେ ସବୁବେଳେ ଚିଡ଼ାଉଥିବା କଥାକୁ ସହଜରେ ଗ୍ରହଣ କରିପାରିନଥିଲେ । ଫଳରେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ । ଆଉ ବାପା ମା’ଙ୍କ ପାଇଁ ସୁଇସାଇଡ୍ ନୋଟ୍ ଲେଖି ସବୁଦିନ ପାଇଁ ଶୋଇ ଯାଇଛନ୍ତି ଚିର ନିଦ୍ରାରେ । ଗ୍ରେଟର ଫରିଦାବାଦ ସ୍ଥିତ ଡିସ୍କଭରି ସୋସାଇଟିର ୧୫ ମହଲାରୁ ଡେଇଁ ଜଣେ ୧୦ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ସେ ଲେଖିଥିବା ସୁଇସାଇଡ୍ ନୋଟ୍‌ରେ ସ୍କୁଲର ପ୍ରବନ୍ଧକ ତାଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଏଥିସହ ସେ ହିଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କହିଛନ୍ତି । ପୋଲିସ ଏବେ ସୁଇସାଇଡ୍ ନୋଟ୍ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଛାତରୁ ଡେଇଁବା ପୂର୍ବରୁ ଛାତ୍ର ଜଣକ ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ- ପ୍ରିୟ ମାମା, ତୁମେ ଦୁନିଆର ସବୁଠୁ ଭଲ ମା’ । ମୁଁ ସାହସୀ ହୋଇପାରିଲିନି ବୋଲି ଦୁଃଖିତ । ଏହି ସ୍କୁଲ ମୋତେ ମାରି ଦେଲା । ମୁଁ ଏ ଘୃଣା ଭର୍ତ୍ତି ଦୁନିଆରେ ରହିବାକୁ ଚାହୁଁନାହିଁ । ମୁଁ ବଞ୍ଚିବାକୁ ବହୁତ ଚେଷ୍ଟା କଲି । କିନ୍ତୁ ଲାଗୁଛି ବୋଧେ ଜୀବନକୁ ଆଉ କିଛି ଦରକାର । ଲୋକମାନେ ମୋ ବିଷୟରେ କ’ଣ କହୁଛନ୍ତି, ତାହାକୁ ବିଶ୍ୱାସ କର ନାହିଁ । ତୁମେ ସବୁଠୁ ଭଲ । ପରିବାରକୁ ମୋ ଶାରୀରିକ ମନୋଦଶା ଓ ମୋ ସହ କଣ ହୋଇଥିଲା, ସେ ବିଷୟରେ କହିବ । କିଏ କଣ କହୁଛି ତାହାକୁ ଶୁଣନି । ମୁଁ ଯଦି ମରିଯିବି ତେବେ ତୁମେ ତୁମ ପାଇଁ ଏକ ନୂଆ ଚାକିରି ଖୋଜିବ । ତୁମେ କଳାକାର ଓ ଏହାକୁ ଜାରି ରଖ । ତୁମକୁ ଏ ଜନ୍ମରେ ପାଇ ମୁଁ ଧନ୍ୟ ହେଲି । ମୁଁ ମଜଭୁତ ନୁହେଁ, ମୁଁ ଦୁର୍ବଳ । ପୁଅର ମୃତ୍ୟୁ ପରେ ତାଙ୍କ ମା’ କହିଛନ୍ତି, ମୁଁ ସ୍କୁଲ ପ୍ରବନ୍ଧକଙ୍କୁ ଅଭିଯୋଗ କରିଥିଲି । କିନ୍ତୁ ସେ କିଛି କାର୍ଯ୍ୟାନୁଷ୍ଠାନ ନେଲେନି । ମୁଁ ବି ତା’ ସହ ଏ ନେଇ ଅନେକ ଥର କଥା ହୋଇଛି, ବୁଝାଇଛି କିନ୍ତୁ ତା ଉପରେ କୌଣସି ପ୍ରଭାବ ପଡ଼ିଲାନି । ଲଗାତାର ସାଙ୍ଗସାଥୀଙ୍କ କଥା ଶୁଣି ଶୁଣି ସେ ଡିପ୍ରେସନ୍‌କୁ ଚାଲିଯାଇଥିଲା । ଏବେ ତା’ ଚିକିତ୍ସା ବି ଚାଲିଥିଲା । କିନ୍ତୁ ସେ ଚାଲିଗଲା । ପୁଅ ତ ଆଉ ନାହିଁ କିନ୍ତୁ ତାକୁ ନ୍ୟାୟ ମିଳୁ ବୋଲି ମୃତକର ମା’ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking