ଭୁବନେଶ୍ୱର : ଜିରୋ ନାଇଟକୁ ନେଇ କଠୋର ଅବକାରୀ ବିଭାଗ । ଜିରୋ ନାଇଟ ପାଇଁ ଦିଆଯିବ ନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ ଏନେଇ ସ୍ପଷ୍ଟ କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗ କଡା ନଜର ରଖିଛି । ଚୋରା ମଦ ବିକ୍ରି କରିଲେ ସରକାର କଠୋର କାଯ୍ୟନୁଷ୍ଠାନ ଗ୍ରହଣ କରିବେ । ଜାନୁଆରୀ ଶେଷ ପଯ୍ୟନ୍ତ କଡା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବେଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।