17.1 C
Bhubaneswar
Sunday, January 19, 2025
Homeଓଡିଶାମଧ୍ୟାହ୍ନଭୋଜନ ଦୁର୍ନୀତି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ: କୋରାପୁଟ ଓ ବଲାଙ୍ଗିରର ସବୁ ସିଆର୍‌ସିସିଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ

ମଧ୍ୟାହ୍ନଭୋଜନ ଦୁର୍ନୀତି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ: କୋରାପୁଟ ଓ ବଲାଙ୍ଗିରର ସବୁ ସିଆର୍‌ସିସିଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର: କୋରାପୁଟ ଓ ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଯାଇଛି ଗଣଶିକ୍ଷା ବିଭାଗ । ଏହି ଦୁଇ ଜିଲ୍ଲାର ସବୁ ସିଆର୍‌ସିସିଙ୍କୁ କାର୍ଯ୍ୟାନ୍ତର କରିବା ଲାଗି ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । କୋରାପୁଟର ୧୧୪ ଏବଂ ବଲାଙ୍ଗିରର ୮୦ରୁ ଅଧିକ ସିଆର୍‌ସିସିଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ସେହିପରି ୨ ଜିଲ୍ଲାର ମଧ୍ୟାହ୍ନ ଭୋଜନ ବୁଝୁଥିବା ସବୁ ଅପରେଟର୍‌ଙ୍କୁ ମଧ୍ୟ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛି ବିଭାଗ । ସେମାନଙ୍କ ସ୍ଥାନରେ ତୁରନ୍ତ ନୂତନ ସିଆରସିସିଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି । କୋରାପୁଟର ୧୩ ଜଣ ଏବଂ ବଲାଙ୍ଗିରର ୧୪ ଜଣ ଅପରେଟରଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।

ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ବିଭାଗ ମାଧ୍ୟମରେ ଆସୁଛି, ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । କୋରାପୁଟ ଓ ବଲାଙ୍ଗିର ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଗଣଶିକ୍ଷା ବିଭାଗ । ସୂଚନାଯୋଗ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ପରେ ତାଙ୍କ ପକ୍ଷରୁ ନିଯୁକ୍ତ ବ୍ୟକ୍ତିଙ୍କୁ ଚାଉଳ ଦିଆଯାଇଥାଏ । ସେ ହିଁ ବଣ୍ଟନ ଦାୟିତ୍ୱ ନେଇଥାନ୍ତି ।

ମାତ୍ର ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଜିଲ୍ଲା ଶିକ୍ଷାଧିକାରୀ ନିଯୁକ୍ତ କରିଥିବା ବ୍ୟକ୍ତି ଚାଉଳ ଉଠାଇଛନ୍ତି, ହେଲେ ବଣ୍ଟନ କରି ନାହାନ୍ତି । ତେଣୁ ଏଥିରେ ଅସାଧୁମେଣ୍ଟ କାମ କରୁଥିବା ଜଣାପଡ଼ୁଛି । ବଲାଙ୍ଗିର ଜିଲ୍ଲାର ଅଧିକାଂଶ ସ୍କୁଲକୁ ଗତ ୬ ମାସର ମଧ୍ୟାହ୍ନ ଭୋଜନ ଚାଉଳ ମିଳିନି । ଚାଉଳ ଡିପୋରୁ ଉଠାଇବା ପରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଏହାକୁ ଗାଏବ କରିଦେଇଥିବା ତଦନ୍ତରୁ ଜଣାପଡ଼ିଛି । ଜିଲ୍ଲା ଶିକ୍ଷାଧିକାରୀ କେବଳ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରି ବସି ରହିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ତନାଘନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking