36.1 C
Bhubaneswar
Sunday, May 19, 2024
Homeଓଡିଶାବିସ୍ମୟ ବାଳିକା

ବିସ୍ମୟ ବାଳିକା

ବୈପାରିଗୁଡା: ଚାରି ବର୍ଷର ଝିଅ ଇଣ୍ଡିଆ ବୁକ ଅଫ ରେକର୍ଡ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା ଏହା କୌଣସି କାହାଣୀ ନୁହେଁ।ଯେଉଁ ବୟସରେ ଭଲରେ କଥା କହି ପାରୁ ନଥିବା ବେଳେ।କିନ୍ତୁ ଜଣା ଅଜଣା ପ୍ରଶ୍ନର ଉତ୍ତର ଅନର୍ଗଳ କହିପାରନ୍ତି ବିସ୍ମୟ ବାଳିକା, ଏପରିକି ଭୂଗୋଳ ଓ ଇତିହାସ ସମ୍ବନ୍ଧୀୟ ଯେ କୌଣସି ଆପଣ ପ୍ରଶ୍ନ ପଚାରିବେ ତୁରନ୍ତ ଉତ୍ତର ଦେଉଛନ୍ତି ସେ ।ଅତି କମ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଏବେ ବେଶ ଚର୍ଚ୍ଚାରେ ଚାରି ବର୍ଷର ବିସ୍ମୟ ବାଳିକା ଅନଭି ପାଢ଼ୀ ।ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବୈପାରିଗୁଡା ନିକଟବର୍ତ୍ତି ଦୀଘାପୁର ଗାଁ ର ପବନ ପାଢ଼ୀ ଏବଂ ମାନସୀ ପାଢ଼ୀ ଙ୍କ ୪ବର୍ଷୀୟ କୁନି ଝିଅ ଅନଭି ପାଢ଼ୀ ।ଅନଭି ଏବେ ଜୟପୁର ସ୍ଥିତ ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ ଏଲକେଜି ରେ ପାଠ ପଢୁଛନ୍ତି ।ଏମିତି କି ଆପଣ ଯାହା ପଚାରିବେ ତୁରନ୍ତ ଉତ୍ତର ଦେଇଦିଅନ୍ତି ଅନଭି ।ଏପରି ଅନନ୍ୟ ପ୍ରତିଭା ପରିବାର ଲୋକଙ୍କ ସହ ଅନେକ ଙ୍କୁ ଆବାକ କରିଦେଇଛନ୍ତି ।ଅନଭି ଙ୍କ ଏପରି ଅନନ୍ୟ ପ୍ରତିଭା କୁ ଦେଖି ପରିବାର ପକ୍ଷରୁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ଅନଲାଇନ ରେ ଅଂଶ ଗ୍ରହଣ ପାଇଁ ଆବେଦନ କରିଥିଲେ ।ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଅନଭି ଙ୍କ ଆବେଦନ କୁ ଗ୍ରହଣ କରି ଗତ ଫେବୃଆରୀ ୧୭ରୁ ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ବିଭିନ୍ନ ପ୍ରକ୍ରିୟାରେ ଅନଲାଇନ ରେ ଅନଭି ଙ୍କ ପ୍ରତିଭାର ପରୀକ୍ଷା ନିରୀକ୍ଷା କରି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ଦେଇ ପ୍ରମାଣ ପତ୍ର ସହ ମେଡାଲ ପ୍ରଦାନ କରିଛନ୍ତି ।ଆଗାମୀ ଦିନରେ ଅନଭି ଙ୍କ ଏପରି ପ୍ରତିଭା କୁ ନେଇ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ ରେ ପହଁଚିବା ପାଇଁ ଚେଷ୍ଟା ଜାରି ରଖିବେ ବୋଲି ଅନଭି ଙ୍କ ମାଆ କହିଛନ୍ତି ।ରେକର୍ଡ ରେ ସ୍ଥାନ ପାଇବା ପରେ ପରିବାର ସହ ଜିଲ୍ଲା ରାଜ୍ୟ ଓ ରାଜ୍ୟ ବାହାରୁ ଏବେ ଶୁଭେଚ୍ଛା ର ସୁଅ ଛୁଟୁଛି ଅନଭି ଙ୍କୁ…।

ରିପୋର୍ଟ – ବନଲତା ଲେଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking