25.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଅଯୋଧ୍ୟା ଭକ୍ତି ପଥ ଓ ରାମ ପଥରୁ ଲାଇଟ୍ ଚୋରି; ୫୦ଲକ୍ଷ ଟଙ୍କାର ଲାଇଟ୍ ଚୋରାଇନେଇ...

ଅଯୋଧ୍ୟା ଭକ୍ତି ପଥ ଓ ରାମ ପଥରୁ ଲାଇଟ୍ ଚୋରି; ୫୦ଲକ୍ଷ ଟଙ୍କାର ଲାଇଟ୍ ଚୋରାଇନେଇ ଦୁର୍ବୃତ୍ତ

ଅଯୋଧ୍ୟା:  ରାମ ଜନ୍ମଭୂମି ଅଯୋଧ୍ୟାରୁ ଏକ ବଡ଼ ହାସ୍ୟାସ୍ପଦ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସମ୍ପର୍କରେ ସୂଚନା ମିଳିଛି । ବାସ୍ତବରେ ଅଯୋଧ୍ୟା ସ୍ଥିତ ରାମପଥ ଏବଂ ଭକ୍ତିପଥରେ ଲାଗିଥିବା ଲାଇଟ୍‌ଗୁଡ଼ିକୁ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି । ରାମମନ୍ଦିରକୁ ସଂଯୋଗ କରୁଥିବା ଏହି ଦୁଇମାର୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ଏସବୁ ଲାଇଟ୍ ଲଗାଯାଇଥିବା ବେଳେ ଏହାକୁ ଚୋରି କରିନିଆଯିବା ଏକ ବଡ଼ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି । ସବୁଠୁ ବଡ଼କଥା ହେଉଛି, ଅଯୋଧ୍ୟାରେ ନିର୍ମାଣ ହୋଇଥିବା ରାମ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ହାଇସିକ୍ୟୁରିଟୀ ଜୋନ୍ ମଧ୍ୟରେ ରହିଛି । ତଥାପି ସେଠାରେ ଆଲୋକ ମାଳା ସବୁ ଚୋରି ହୋଇଯାଯାଇଛି । ପୁଲିସ୍ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୁଲିସ୍ ରିପୋର୍ଟ ଅନୁସାରେ ଭକ୍ତି ପଥ ଓ ରାମ ପଥରୁ ୩୮ ଶହ ବାମ୍ବୋ ଲାଇଟ୍ ଓ ୩୬ଟି ପ୍ରୋଜେକ୍ଟର ଲାଇଟ୍ ଚୋରି ହୋଇଯାଇଛି । ଏହାର ଦାମ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏଗୁଡ଼ିକୁ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି । ଲାଇଟ ଲଗାଇବା ଦାୟିତ୍ୱ ୟଶ୍ ଏଣ୍ଟରପ୍ରାଇଜେସ୍ ଓ କ୍ରିଷ୍ଣା ଅଟୋମୋବାଇଲ୍ସକୁ ଦିଆଯାଇଥିଲା । ସେହିପରି ଅଯୋଧ୍ୟା ଡେଭଲପମେଣ୍ଟ ଅଥୋରିଟୀ ଉକ୍ତ ସଂସ୍ଥା ସହ ଲାଇଟ ଲଗାଇବା ନେଇ ଚୁକ୍ତି କରିଥିଲା । ଏହି ସଂସ୍ଥାର ପ୍ରତିନିଧି ଅଗଷ୍ଟ ୯ରେ ଚୋରି ନେଇ ରାମ ଜନ୍ମଭୂମି ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ, ରାମ ପଥରେ ମୋଟ ୬,୪୦୦ ବାମ୍ବୋ ଲାଇଟ ଓ ଭକ୍ତି ପଥରେ ୯୬ଟି ପ୍ରୋଜେକ୍ଟର ଲାଇଟ ଲଗା ଯାଇଥିଲା । ମାର୍ଚ୍ଚ ୧୯ ଯାଏ ଏହି ସବୁ ଲାଇଟ ସେଠାରେ ରହିଥିଲା । କିନ୍ତୁ ମେ’ ୯ରେ ଯେତେବେଳେ ଯାଞ୍ଚ କରାଗଲା, ସେଠାରୁ କିଛି ଲାଇଟ ଚୋରି ହୋଇଯାଇଥିବା ଜଣାପଡ଼ିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking