31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଗୁରୁବାର ଓଁକାରେଶ୍ୱର ଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି ପ୍ରତିମୂର୍ତ୍ତିର ନାମ ‘ଏକାତ୍ମା କୀ ପ୍ରତିମା’ ରଖାଯାଇଛି । ଓଁକାରେଶ୍ୱର ନିକଟସ୍ଥ ମାନ୍ଧାତା ପାର୍ବତ୍ୟାଞ୍ଚଳରେ ନିର୍ମିତ ଏହି ପ୍ରତିମୂର୍ତ୍ତି ପାଇଁ ମଧ୍ୟପ୍ରଦେଶ ସରକାର ଗତବର୍ଷ ମଞ୍ଜୁରୀ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଚୌହ୍ୱାନ ସେଠାରେ ପୂଜାର୍ଚ୍ଚନା କରିଥିବାର ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ଅପ୍‌ଲୋଡ୍ କରିଛନ୍ତି । ସୂଚନାଯୋଗ୍ୟ ଇନ୍ଦୋର ସହରରୁ ୮୦ କିମି ଦୂର ନର୍ମଦା ନଦୀକୂଳରେ ଓଁକାରେଶ୍ୱର ଅବସ୍ଥିତ । ଏହି ପ୍ରତିମୂର୍ତ୍ତି ଦର୍ଶନ କରି ଆଗାମୀ ପିଢି ଶଙ୍କରାଚାର୍ଯ୍ୟଙ୍କ ବାଣୀକୁ ଅନୁସରଣ କରିବାର ପ୍ରେରଣାଲାଭ କରିବେ ବୋଲି ଚୌହ୍ୱାନ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking