28.1 C
Bhubaneswar
Friday, June 20, 2025
Homeଓଡିଶାମହାନଦୀକୁ ନେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ବିବୃତ୍ତି

ମହାନଦୀକୁ ନେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ବିବୃତ୍ତି

ଭୁବନେଶର: ମହାନଦୀ ଓଡିଶାର ଜୀବନରେଖା । ମହାନଦୀ ଜଳ ଉପରେ ନିର୍ଭର କରେ ଓଡିଶାର ୨୩ଟି ଜିଲ୍ଲାର ଲୋକଙ୍କ ଜୀବନ ଓ ଜୀବିକା । ମହାନଦୀ ଏକ ଅନଃରାଜ୍ୟ ନଦୀ ଏବଂ ଏହାର ଜଳ ବଣ୍ଟନକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ନଦୀଜଳ ବିବାଦରେ ମୂଳ କାରଣ ହେଉଛି ଛତିଶଗଡ ସରକାର ଓଡିଶାର ଅଦିବାସୀ ମାନଙ୍କର ଅଧିକାର ଓ ସ୍ୱାର୍ଥକୁ ଉପେକ୍ଷା କରି ନିଜ ରାଜ୍ୟ ପାଇଁ ଏକତରଫା,ଯୋଜନାବଦ୍ଧ ଓ ବେଆଇନ ଭାବେ ମହାନଦୀର ଉପରମୁଣ୍ଡାରେ ଅନେକଗୁଡିଏ ପ୍ରକଳ୍ପ ଦ୍ୱାରା ମୋଟ ୨୭.୪୮ ନିୟୁତ ଏକର ଫୁଟ ଜଳ ବ୍ୟବହାର କରିବା ପାଇଁ ମସୁଧା କରିଛନ୍ତି । ମୁଖତଃ ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ଦ୍ୱାରା ୬ କୋଟି ବିଶାଳକାୟ ଶିଳ୍ପଭିତ୍ତିକ ବ୍ୟାରେଜ ନିର୍ମାଣ କରାଯାଇ ଅଣମୌସୁମି ସମୟରେ ହୀରାକୁଦକୁ ମହାନଦୀରେ ଜଳକୁ ଅବିଚାରିତ କରାଯାଇ ଅବରୋଧ କରଯାଉଛି । କ୍ରମାଗତଭାବେ ହୀରାକୁଦ ଗଳଭଣ୍ଡାରକୁ ଅଣମୌସୁମୀ ସମୟରେ ଜଳପ୍ରଭାବ କମ୍ ହେବାରୁ ୨୦୦୦ମସିହାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଓ ଜଳସମ୍ପଦ ମନ୍ତ୍ରୀଙ୍କୁ ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ସମୟରେ ଅତି କମ୍‌ରେ ୨ନିୟୁତ ଏକର ଫଳ ସୁନିଶ୍ଚିତ କରିବା ପାଇଁ ଅନୂରୋଧ କରିଥିଳେ । ପରବିର୍ତ୍ତି ସମୟରେ ୨୦୧୬ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହାନଦୀର ସ୍ଥିତିବସ୍ଥା ବଜାୟ ରଖିବା ପାଇଁ ମାନନୀୟ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦାବିକରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଥିଲେ । ପରେ ପରେ କୌଣସି ସୁଫଳ ନମିଳିବାରୁ ଓଡିଶା ସରକାରଙ୍କ ଦ୍ୱାରା ୧୯୫୬ ଅଧିନିୟମ ଅନୁଯାୟୀ ଭାରତ ସରକାରଙ୍କ ଠାରେ ଏକ ବୈଧନିକ ଅଭିଯୋଗ ଦାଖଲ କରି ଟ୍ରିବ୍ୟୁନାଲ ଗଠନ କରାଯିବାକୁ ଦାବି କରାଯାଇଥିଲା ।
ବୈଧାନିକ ଅଭିଯୋଗ ପରେ ଭାରତ ସରକରାର ଏହାର ଜବାବ ନଦେବାର ବାଧ୍ୟହୋଇ ଓଡିଶା ସରକାର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳଙ୍କର ଦ୍ୱାରସ୍ତ ହେଲେ ଏବଂ ତାଙ୍କର ଆଦେଶ କ୍ରମେ ସରକାରଙ୍କ ଦ୍ୱାରା ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳବିବାଦ ଟ୍ରିବ୍ୟନାଲ ତିନି ବର୍ଷର କାର୍ଯ୍ୟକାଳ ପାଇଁ ଗଠନ କରାଯାଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହାର କାର୍ଯ୍ୟକାଳକୁ ଆଉ ଦୁଇବର୍ଷ ବୃଦ୍ଧି କରିଥିଲେ । ଏବଂ ବର୍ତ୍ତମାନ ଏହାକୁ ୧୪.୧୨.୨୦୨୪ ପର୍ଯ୍ୟନ୍ତ ବର୍ଦ୍ଧିତ କରିଛନ୍ତି । ଓଡିଶା ସରକାର ରାଜ୍ୟ ତଥା ଦେଶର ପ୍ରଖ୍ୟାତ ବୈଷୟିକ ବିଶାରବ ମାନଙ୍କୁ ସାକ୍ଷୀ ହିସାବରେ ନିଯୁକ୍ତି କରିବା ସହିତ ଦେଶର ବରିଷ୍ଠ ଆଇନଜୀବୀମାନଙ୍କ ସହାୟତାରେ ଟ୍ରିବ୍ୟନାଲ ନିଜର ଦାବି ବା ଯୁକ୍ତି ଉପସ୍ଥାପନା କରିଆସୁଛନ୍ତି । ଏହି ମାମଲା ବର୍ତ୍ତମାନ ମାନ୍ୟବର ଟ୍ରିବୁନାଲରେ ବିଚାରଧୀନ ଅଛି । ମାନ୍ୟବର ଟ୍ରିବୁନାଲଙ୍କର ଶୁଣାଣୀର ନିର୍ଦ୍ଧେଶ ଅନୁଯାୟୀ ମାନ୍ୟବର ଟ୍ରିବୁନାଲ ଛତିଶଗଡ ମହାନଦୀ ଅବବାହିକାରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବାପାଇଁ ନିଦ୍ଧାରଣ କରିଛନ୍ତି । ଏହାର ପ୍ରଥମ ପର୍ଯ୍ୟାୟ ତା ୧୮.୦୪.୨୦୨୩ରୁ ୨୨.୦୪.୨୦୨୩ରେ ଛତିଶଗଡ ମହାନଦୀରେ ଅବହାରୀକର ଉପରମୁଣ୍ଡ ଏବଂ ଦ୍ୱିତୀୟ ପର୍ଯ୍ୟାୟ ତା ୨୯.୦୪.୨୦୨୩ ରୁ ୦୩.୦୫.୨୦୨୩ରେ ଛତିଶଗଡ ମହାନଦୀ ଅବବାହିକା ତଳମୁଣ୍ଡ ପରିଦର୍ଶନ କରିବା ପାଇଁ ସ୍ଥିର ହୋଇଛି । ଛତିଶଗଡ କ୍ଷେତ୍ର ପରିଦର୍ଶନ ପରେ ସଡିଶାରେ ମହାନଦୀ ଅବବାହିକାରେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ସ୍ଥିର କରାଯିବ । ମହାନଦୀ ପ୍ରସଙ୍ଗଟି ପ୍ରତ୍ୟେକ ଓଡିଆଙ୍କର ହୃଦୟସ୍ପର୍ଶୀ ବିଷୟ ଅଟେ । ଓଡିଶା ସରକାର ଓଡିଶାବାସୀଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ସବୁପ୍ରକାର ବହୁ ପଦକ୍ଷେପ ଗ୍ରହଣ କରି ଆହସୁଛନ୍ତି ଏବଂ ଆଗାମୀ ଦିରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସଙ୍କଳ୍ପବଦ୍ଧ । ମହାନଦୀ ଜଳବିବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଟ୍ରିବୁନାଲଙ୍କ ବିଚାରଧୀନ ଥିବାରୁ ଏହା ସମ୍ବନ୍ଧୀୟ ବିସୃତ ବିବରଣୀ ବିର୍ତ୍ତମାନ ରଖିବା ସମ୍ଭବ ନୁହେଁ ।
ଏଣୁ ମୁଁ ଉପସ୍ଥିତ ମାନ୍ୟବର ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ଦଳମତ ନିର୍ବିଶେଷରେ ଓଡିଶା ସରକାରଙ୍କୁ ଏହି ପ୍ରସଙ୍ଗରେ ସହଯ୍ଧେଜ୍ଞ କରିବା ପାଇଁ ଅୁରୋଧ କରୁଛି ବୋଲି କହିଛନ୍ତି ଟୁକୁନି ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking