29.1 C
Bhubaneswar
Wednesday, May 22, 2024
Homeକରୋନାଆଜି ରାଜ୍ୟରେ ଦିନକରେ ୪୯ କରୋନା ପଜିଟିଭ୍, କଟକରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ

ଆଜି ରାଜ୍ୟରେ ଦିନକରେ ୪୯ କରୋନା ପଜିଟିଭ୍, କଟକରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୪୪ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ରାଜ୍ୟରେ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ୟର ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ସଂକ୍ରମଣ ତାଲିକାରେ ଯୋଡ଼ି ହେବାରେ ଲାଗିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଆଉ ୪୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୫ଜଣ ପିଲା ରହିଛନ୍ତି। କଟକରୁ ସର୍ବାଧିକ ୨୫, ସମ୍ବଲପୁର ୮, ପୁରୀ, ନବରଙ୍ଗପୁରରୁ ୪ ଲେଖାଏ, ଖୋର୍ଧା ଓ କୋରାପୁଟରୁ ୩ ଲେଖାଏ, ଗଜପତି ଓ ମୟୂରଭଞ୍ଜରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking