30.1 C
Bhubaneswar
Tuesday, May 21, 2024
Homeଓଡିଶାରାଜ୍ୟବ୍ୟାପୀ ଶିକ୍ଷକ-ଅଭିଭାବକ ବୈଠକ; ଆଲୋଚନାରେ ଭାଗନେଲେ ୨୮ଲକ୍ଷରୁ ଉର୍ଦ୍ଧ୍ୱ

ରାଜ୍ୟବ୍ୟାପୀ ଶିକ୍ଷକ-ଅଭିଭାବକ ବୈଠକ; ଆଲୋଚନାରେ ଭାଗନେଲେ ୨୮ଲକ୍ଷରୁ ଉର୍ଦ୍ଧ୍ୱ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୨୩-୨୪ ଶିକ୍ଷା ବର୍ଷର ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ  ସମସ୍ତ ସଭ୍ୟମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି ଓ ମିଲେଟସ୍ ମିଶନ ପ୍ରତିଯୋଗିତା, ଅନ୍‌ଲାଇନ୍ ସୁରକ୍ଷା, ସାଇବର ସଚେତନତା ଓ ବିଦ୍ୟାଳୟ /ଛାତ୍ରଛାତ୍ରୀଙ୍କ ନିରାପତ୍ତା ବ୍ୟବସ୍ଥା, ଋତୁକାଳୀନ ଛାତ୍ରାବାସ  ଏବଂ ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟବସ୍ଥା, ସ୍ୱଳ୍ପ ଅବଧି ଧନ୍ଦାମୂଳକ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର, ବାଲ୍ୟ ବିବାହ ଉପରେ ସଚେତନତା , ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ, ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା, ମାଧ୍ୟମିକ  ବିଦ୍ୟାଳୟରେ ହାଉସ୍ ସିଷ୍ଟମ ପ୍ରଚଳନ, କ୍ୟାରିଅର ଯୋଜନା, ପିଲାମାନଙ୍କର ମାନସିକ ଚାପ ଓ ଏହାର ଦୂରୀକରଣ ଉପରେ  ଆଲୋଚନା ହୋଇଥିଲା । ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିଶଦଭାବରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀ ଏଥିରେ ଯୋଗଦାନ କରି ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking