ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ୟ ସ୍ଥିର କରିଛନ୍ତି । ଦେଶର ଜଣାଶୁଣା ସଂସ୍ଥା ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ଏହାର ରିପୋର୍ଟରେ ଦାବିକରିଛି ଯେ ଅନେକ ଭାରତୀୟ ରାଜ୍ୟ ଏହି ଲକ୍ଷ୍ୟ ହାସଲ କରିବାକୁ ଆଗେଇ ଆସୁଛନ୍ତି । ଅର୍ଥନୈତିକ କ୍ଷେତ୍ରରେ ଦେଶ ବେଶ୍ ଉତ୍କୃଷ୍ଟ କାର୍ଯ୍ୟକରୁଛି । ବିଶ୍ୱର ରେଟିଂ ଏଜେନ୍ସି ତଥା ବିଶ୍ୱର ଅନେକ ଦେଶ ଭାରତର ଆର୍ôଥକ ପ୍ରଗତି ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିଛନ୍ତି । ତେବେ ଅର୍ଥନୈତିକ ପ୍ରଗତିର ଏହି ପଥରେ ଦେଶର ରାଜ୍ୟମାନଙ୍କର ମଧ୍ୟ ଏକ ବଡ଼ ଅବଦାନ ରହିଛି । ଏକ ରିପୋର୍ଟ ଅନୁଯାୟୀ, ସ୍ୱାଧୀନତାର ୧୦୦ତମ ବର୍ଷରେ ଭାରତର ଅନେକ ରାଜ୍ୟ ୧ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବେ ।
ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ସୋମବାର ଏହାର ରିପୋର୍ଟରେ କହିଛି ଯେ ଏକ ଟ୍ରିଲିୟନ ଡଲାର ଅର୍ଥନୀତି କ୍ଷେତ୍ରରେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୁଜରାଟ ପ୍ରଥମ ରାଜ୍ୟ ହେବାକୁ ଯାଉଛନ୍ତି । ଏହି ତିନୋଟି ରାଜ୍ୟ ୨୦୩୯ ଆର୍ôଥକବର୍ଷରେ ଏହି ସଫଳତା ସ୍ପର୍ଶ କରିପାରିବେ । ଏଥିମଧ୍ୟରୁ ମହାରାଷ୍ଟ୍ର ଏହି ସଂଖ୍ୟା ହାସଲ କରିବାରେ ପ୍ରଥମ ହୋଇପାରେ । ଏହାପରେ କର୍ଣ୍ଣାଟକ ଓ ଗୁଜରାଟ ରହିବ । ମହାରାଷ୍ଟ୍ର ୨୦୨୮ ଆର୍ôଥକବର୍ଷ ସୁଦ୍ଧା ଏବଂ ଉତ୍ତରପ୍ରଦେଶ ଓ ତାମିଲନାଡୁ ୨୦୩୨ସୁଦ୍ଧା ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲକ୍ଷ୍ୟରେ ଅଗ୍ରସର ହେଉଛନ୍ତି । ତଥାପି, ଘରୋଇ ରେଟିଂ ଏଜେନ୍ସିର ବିଶ୍ୱାସ ଯେ ଏହି ସମସ୍ତ ରାଜ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ କରିପାରନ୍ତି । ୨୦୨୩ ଆର୍ôଥକ ବର୍ଷରେ କର୍ଣ୍ଣାଟକ ଦେଶର ତୃତୀୟ ବୃହତ୍ତମ ରାଜ୍ୟ ଅର୍ଥନୀତି ଭାବରେ ମାନ୍ୟତା ହାସଲ କରି ଉତ୍ତରପ୍ରଦେଶକୁ ପଛରେ ପକାଇ ଦେଇଛି ।
ଇକୋନୋମିକ୍ ଟାଇମ୍ସ ଅନୁଯାୟୀ, ୨୦୨୮ ଆର୍ôଥକବର୍ଷ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ଯାଉଛି । ବର୍ତ୍ତମାନର ଅର୍ଥନୈତିକ ଅଭିବୃଦ୍ଧି ହାରରେ କେବଳ ୩ଟି ରାଜ୍ୟ ଏହି ସମୟ ସୁଦ୍ଧା ୦.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବେ । ବିକଶିତ ଦେଶମାନଙ୍କ ତୁଳନାରେ ମୁଣ୍ଡପିଛା ଆୟ ସଂଖ୍ୟାରେ ପହଞ୍ଚିବା ପାଇଁ ରାଜ୍ୟଗୁଡିକୁ ବହୁ ସମୟ ଲାଗିବ । ତେବେ ୟୁପି ଏବଂ ବିହାର ବର୍ତ୍ତମାନ ସ୍ୱଳ୍ପ ଆୟବର୍ଗରେ ଅଛନ୍ତି । ଛତିଶଗଡ଼, ୟୁପି, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ପଞ୍ଜାବରେ ମୁଣ୍ଡପିଛା ଆୟ ତୁଳନାରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଏକ ଆହ୍ୱାନ ହୋଇଛି ।