27.1 C
Bhubaneswar
Saturday, July 27, 2024
Homeଓଡିଶାଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ୨ ଯୁବକଙ୍କ ଜୀବନଗଲା

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ୨ ଯୁବକଙ୍କ ଜୀବନଗଲା

ନିଶ୍ଚିନ୍ତକୋଇଲି : ରାଜ୍ୟ ରାଜପଥ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକଠାରେ ସୋମବାର ପୂର୍ବାହ୍ନରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଚାଳକଙ୍କ ମୃତ୍ୟୁଘଟିଛି । ଘଟଣାସ୍ଥଳରେ ସାଲେପୁର ପୁଲିସ ପହଞ୍ଚି ବାଇକ୍ ଦୁଇଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲ୍ ପଠାଇଛି । ଭୁବନେଶ୍ୱର ଧଉଳି ଥାନା ଖଟୁଆପଡ଼ା ଗ୍ରାମର ନାରାୟଣ ବାରିକ(୨୯) କଟକରୁ କେନ୍ଦ୍ରାପଡ଼ା ଯାଉଥିଲାବେଳେ ନିଶ୍ଚିନ୍ତକୋଇଲି ଥାନା ଅଧୀନ ମହାଜନପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ବଡ଼ପୁଅ କ୍ଷୀରୋଦ ସାହୁ(୪୦) ତାଙ୍କ ବାଇକ୍ ଯୋଗେ ସାଲେପୁର ଯାଉଥିଲେ ।

ଉଭୟଙ୍କ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ନାରାୟଣଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷୀରୋଦଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । କ୍ଷୀରୋଦ ନିଶ୍ଚିନ୍ତକୋଇଲି ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟରେ ଅନ୍ତର୍ନିବେଶୀ ଶିକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ମୃତକ କ୍ଷୀରୋଦଙ୍କର ଏକ ୫ବର୍ଷର ପୁତ୍ର ସନ୍ତାନ ଓ ପତ୍ନୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking