25.8 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟ ସରକାର କେବେ ପ୍ରତିଶ୍ରୁତି ପାଳନ କରନ୍ତି ନାହିଁ : ନରସିଂହ

ରାଜ୍ୟ ସରକାର କେବେ ପ୍ରତିଶ୍ରୁତି ପାଳନ କରନ୍ତି ନାହିଁ : ନରସିଂହ

ଭୁବନେଶ୍ୱର: ବିଧାନସଭା ଶୂନ୍ୟ କାଳରେ ନରସିଂହ ମିଶ୍ର ଗୃହର ଦୃଷ୍ଟି ଆର୍କଷଣ କରି କହିଥିଲେ ଯେ  ଦୁର୍ଭାଗ୍ୟ ରାଜ୍ୟର ଗୋଟେ ସରକାର ଅଛି ଯିଏ ତାର ପ୍ରତିସୃତି କେବେ ପାଳନ କରେନାହିଁ । ଗୋଟେ ମିଛୁଆ ସରକାର । ସେ  ୨ଟା ଉଦାହରଣ ଦେଇ କହିଥିଲେ , ଯେତୋବେଳେ ପଦ୍ମପୁର ଜିଲ୍ଲା ଗଠନ ପାଇଁ କ୍ୟାବିନେଟ ସବ କମିଟି ବସିବା କଥା, ହେଲେ ଆଜି ଆଜି ପର୍ୟ୍ୟନ୍ତ ହେଲା ନାହିଁ । ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦ୍ମପୁର ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏଭଳି ଘୋଷଣା କରି କାର୍ୟ୍ୟକାରୀ ନ କରି ପଦ୍ମପୁରବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ସେହିପରି ଗୃହରେ ଅଗ୍ରିଆ କମ୍ୟୁନିଟି ପ୍ରସଙ୍ଗ ଉଠାଇଛନ୍ତି ନରସିଂହ ମିଶ୍ର । ଝାରସୁଗୁଡା ଉପନିର୍ବାଚନ ସମୟରେ ଭୁବନେଶ୍ୱରରେ ଏକ ଅଫିସ ନିର୍ମାଣ ପାଇଁ, ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ହେଲେ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ଜମି ଦେଇନାହାନ୍ତି । ଅଗ୍ରିଆ କମ୍ୟୁନିଟି ଏକ ଲିଖିତ ଅଭିଯୋଗ ନରସିଂହକୁ ଦେଇଥିବା ଗୃହରେ ପ୍ରକାଶ କରିଛନ୍ତି । ସେହିପରି ଜଗନ୍ନାଥ ଶ୍ରୀ ମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗକୁ ଗୃହରେ ଉଠାଇଛନ୍ତି ନରସିଂହ । ଚାରି ଦ୍ୱାର ଖୋଲିବା ପ୍ରସଙ୍ଗରେ ଜନ ଅସନ୍ତୋଷ ବଢ଼ିଲାଣି, କଂଗ୍ରେସ ମଧ୍ୟ ଏକ ବିରାଟ ଜନ ଆନ୍ଦୋଳନ କରିଥିଲା । ଯେଉଁ ଦ୍ୱାରରେ କାମ ହେଉନାହିଁ, ସେ ଦ୍ୱାର ଖୋଲାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା, ନଚେତ କମ ସେ କମ ତିନି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking