25.8 C
Bhubaneswar
Saturday, July 27, 2024
Homeଅପରାଧଚାକିରି ଦେବା ନାଁରେ ଠକେଇ, ଭୁବନେଶ୍ବରରୁ ୨ଜଣଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ଚାକିରି ଦେବା ନାଁରେ ଠକେଇ, ଭୁବନେଶ୍ବରରୁ ୨ଜଣଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ଭୁବନେଶ୍ୱର: ଭୁବନେଶ୍ୱରରେ ମୁମ୍ବାଇ ପୁଲିସ । ସହିଦନଗର ଅଞ୍ଚଳରୁ ଦୁଇ ଜଣ ଠକକୁ ଗିରଫ କଲା ପୁଲିସ । କମିଶନରେଟ ପୁଲିସ ସହାୟତାରେ ଦୁଇ ଠକକୁ ବାନ୍ଧିଛି ପୁଲିସ।  ଗିରଫ ଦୁଇ ଠକ ହେଲେ ଯାଜପୁରର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳର ସଚିନ ଡିଗଲ।  ଦୁଇ ଅଭିଯୁକ୍ତଙ୍କ ନାମରେ ମୁମ୍ବାଇ ଥାନେ ପୁଲିସ ଷ୍ଟେସନରେ ଅଭିଯୋଗ ରହିଛି। ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନାମରେ ଏକ ଫେକ ୱେବସାଇଟ ଖୋଲି ଚାକିରି ଦେବା ନାଁରେ ଠକେଇ କରିଥିଲେ। ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ କାର୍ଡ, ୨୫ଟି ସିମକାର୍ଡ, ଲାପଟପ ଜବତ କରିବା ସହ ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରଞ୍ଜିଟିକ ରିମାଣ୍ଡରେ ମୁମ୍ବାଇ ପୁଲିସ ନେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking