ଯାଜପୁର: ଆଜି ଦ୍ୱିତୀୟ ଦିବସରେ ଖାଦ୍ୟ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ ବିରଜା ମନ୍ଦିର ପରିଦର୍ଶନ କରି ମା’ ଙ୍କର ପୂଜାର୍ଚ୍ଚନା କରିଥିଲେ। ପରେ ସେ ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଙ୍କ ସହ ସୁକିନ୍ଦା ବ୍ଲକ ଗସ୍ତ କରି ବି.ଡି.ଓ, ତହସିଲଦାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଯୋଗାଣ ଅଧିକାରୀ ଙ୍କ ସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଜଣେ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଦୁଇଚକିଆ ସାଇକେଲ ପ୍ରଦାନ କରିଥିଲେ। ପରେ ଅଧ୍ୟକ୍ଷ ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ୍ ର ଶ୍ରେଣୀଗୃହ, ହଷ୍ଟେଲ ଓ କିଚେନ୍ ରୁମ୍ ପରିଦର୍ଶନ କରିଥିଲେ। ପିଲାମାନଙ୍କ ଖାଇବା ପିଇବା ସମ୍ପର୍କରେ ପଚାରି ବୁଝିଥିଲେ।ସେଠାରେ ପିଲାମାନଙ୍କ ପାଇଁ ଏକ ଖେଳ ପଡିଆ ଓ ଡାଇନିଂ ହଲ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଏକ କିଚେନ ଗାର୍ଡେନ କରିବା ପାଇଁ ସମାଜ ମଙ୍ଗଳ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।










