29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଶ୍ରୀନିବାସନ୍ କେ. ସ୍ୱାମୀ ଏବିସିର ନୂଆ ଅଧ୍ୟକ୍ଷ

ଶ୍ରୀନିବାସନ୍ କେ. ସ୍ୱାମୀ ଏବିସିର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଶ୍ରୀନିବାସନ୍ କେ. ସ୍ୱାମୀ ୨୦୨୩-୨୪ ବର୍ଷ ପାଇଁ ଅଡିଟ୍ ବ୍ୟୁରୋ ଅଫ୍ ସର୍କୁଲେସନ୍ (ଏବିସି)ର ନୂଆ ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି । କେ. ସ୍ୱାମୀ ଏବେ ଏସିଆନ୍ ଫେଡେରେସନ୍ ଅଫ୍ ଆଡ୍‌ଭର୍ଟାଇଜିଂର ଅଧ୍ୟକ୍ଷ ସହିତ ଆର୍‌କେ ସ୍ୱାମୀ ହଂସା ଗ୍ରୁପ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।

ପୂର୍ବରୁ ଇଣ୍ଟରନାସ୍‌ନାଲ୍ ଆଡ୍‌ଭର୍ଟାଇଜିଂ ଆସୋସିଏସନ୍ ଏବଂ ଏହାର ଇଣ୍ଡିଆ ଚାପ୍ଟରର ଅଧ୍ୟକ୍ଷ ଥିବା କେ. ସ୍ୱାମୀଙ୍କୁ ଆଡ୍‌ଭର୍ଟାଇଜିଂ ଏଜେନ୍ସି ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଏଆଇ) ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମାଲାୟାଲା ମନୋରମାର ମୁଖ୍ୟ ଆସୋସିଏସଟ୍ ସମ୍ପାଦକ ରିୟାଦ୍ ମାଥ୍ୟୁଙ୍କୁ ୨୦୨୩-୨୪ ପାଇଁ ବ୍ୟୁରୋର ଉପାଧ୍ୟକ୍ଷ ମନୋନୀତ କରାଯାଇଛି । ସେହିପରି କୋଲ୍‌ମ୍ୟାନ୍ ଆଣ୍ଡ୍ କମ୍ପାନୀ ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୋହିତ ଜୈନଙ୍କୁ ବ୍ୟୁରୋ ସମ୍ପାଦକ ଏବଂ ବିକ୍ରମ ସଖୁଜାଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking