27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବୈଷୟିକ ତ୍ରୁଟି ପାଇଁ ଅନ୍ଧାରରେ ଶ୍ରୀଲଙ୍କା, ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଉଦ୍ୟମ

ବୈଷୟିକ ତ୍ରୁଟି ପାଇଁ ଅନ୍ଧାରରେ ଶ୍ରୀଲଙ୍କା, ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ବିଜୁଳି ସଂକଟ ଗମ୍ଭୀର । ଯାନ୍ତ୍ରିକ ଓ ବୈଷୟିକ ତ୍ରୁଟି ପାଇଁ ଅନ୍ଧାରରେ ପଡୋଶୀ ରାଷ୍ଟ୍ର । ପୂରା ଦେଶରେ ବିଜୁଳି ସଂକଟ ଯୋଗୁ ବତ୍ତିଗୁଲ୍ ହୋଇଯାଇଛି । ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଇଣ୍ଟରନେଟ୍  ଓ ବିଦ୍ୟୁତ୍ ଦ୍ବାରା ଚାଲୁଥିବା ସେବା ବନ୍ଦ ହୋଇଛି ।

ଶ୍ରୀଲଙ୍କାର ଜଣେ ସରକାରୀଙ୍କ କହିବା ଅନୁଯାୟୀ, ପ୍ରଶାସନିକ ବିଫଳତା କାରଣରୁ ଶ୍ରୀଲଙ୍କାରେ ଦେଶବ୍ୟାପୀ ବିଜୁଳି ସମସ୍ୟା ଦେଖାଯାଇଛି । ରିପୋର୍ଟ ମୁତାବକ କୌଟମାଲେ-ବିୟଗାମା ଟ୍ରାନ୍ସମିଶନ ଲାଇନ୍ ଛିଡ଼ିଯିବା କାରଣରୁ ପୂରା ଦେଶରେ ବତ୍ତିଗୁଲ ହୋଇଯାଛି । ଦେଶର ବିଜୁଳି କମ୍ପାନୀ ସିଲୋନ ଇଲେକ୍ଟ୍ରିସିଟି ବୋର୍ଡ ବିଦ୍ୟୁତ ସେବା ଯୋଗାଇ ଦେଉଛି । ସିଇବି ମୁଖପାତ୍ର ନୋଏଲ୍ ପ୍ରିୟନ୍ତା ସୂଚନା ଦେଇ କହିଛନ୍ତି, ଦେଶର ବିଦ୍ୟୁତ୍ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ଯାନ୍ତ୍ରିକ ଓ ବୈଷୟକ ତୃଟିକୁ ସମାଧାନ କରି ବିଦ୍ୟୁତ ଯୋଗାଣ ଦିଆଯିବ ।

ସୂଚନାଥାଉ କି, ୨୦୨୨ରେ ଶ୍ରୀଲଙ୍କା ଆର୍ଥିକ ସଂକଟରେ ଜୁଝି ହେଉଥିବା ବେଳେ ଦେଶରେ ୧୦ ଘଣ୍ଟା ପାଓ୍ବାର କଟ୍ ହେଉଥିଲା । ଏହା ପରେ ବିଜୁଳି ବୋର୍ଡ, ଇନ୍ଧନ ବଞ୍ଚାଇବା ପାଇଁ ୧୦ ଲକ୍ଷ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍ ହୋମ୍ ଦାୟିତ୍ବ ଦେଇଥିଲା । ବିଦେଶୀ ମୁଦ୍ର ଭଣ୍ଡାର ଶୂନ୍ୟ ଦେବା ଯୋଗୁ ଇନ୍ଧନ ଆମଦାନୀ ପ୍ରଭାବିତ ହୋଇଥିଲା । ଆଉ ଏବେ ଯାନ୍ତ୍ରିକ ଓ ବୈଷୟିକ ତ୍ରୁଟି ପାଇଁ ଅନ୍ଧାରରେ ଦେଶ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking