31.1 C
Bhubaneswar
Wednesday, May 29, 2024
Homeଦେଶ ବିଦେଶରାଜପକ୍ଷେ ପରିବାର ଭାରତ ପଳାୟନ କରିଛନ୍ତି କି ?

ରାଜପକ୍ଷେ ପରିବାର ଭାରତ ପଳାୟନ କରିଛନ୍ତି କି ?

କଲମ୍ବୋ :ଶ୍ରୀଲଙ୍କା ରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଭିତରେ ରାଜପକ୍ଷେ ଙ୍କ ପରିବାର ଭାରତକୁ ପଳାୟନ କରିଥିବା ଘଟଣାକୁ ଖଣ୍ଡନ କରିଛନ୍ତି ଭାରତୀୟ ଉଚ୍ଚ ଆୟୋଗ । ରାଜପକ୍ଷେଙ୍କ ପରିବାର ଭାରତକୁ ଯିବାର କଥା ସମ୍ପୁର୍ଣ୍ଣ ଭୁଲ ବୋଲି ହାଇ କମିଶନ ଏକ ବିବୃତ୍ତି ଜାରି କରି କହିଛନ୍ତି । ଏହି ରିପୋର୍ଟ ର କୈାଣସି ସତ୍ୟତା ନାହିଁ । ଭାରତ ହାଇକମିଶନ ନିଜ ଟ୍ୱିଟ ରେ କହିଛନ୍ତି କି ସୋଶିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଏହି କଥା ପ୍ରଚାର ହେଉଥିବା ବେଳେ ଏହା ଭୁଲ ରିପୋର୍ଟ । ଯାହାର କୈାଣସି ସତ୍ୟତା ନାହିଁ । ସୂଚନା ଅନୁଯାୟୀ, ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ ସୋମବାର ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ରାଜପକ୍ଷେଙ୍କ ସମର୍ଥକ ସରକାର ବିରୋଧି ପ୍ରଦର୍ଶନ କାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁ କାରଣ ରୁ ଦେଶରେ ହିଂସା ଦେଖା ଦେଇଥିଲା ।ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।ଦେଶବ୍ୟାପୀ ହିଂସା ରେ ରାଜଧାନୀ କଲମ୍ବୋ ସମେତ ଅନ୍ୟ ସହରରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଶ୍ରୀଲଙ୍କା ପରିସ୍ଥିତି ବିଗିଡି ଯାଇଛି । ରାଜଧାନୀ କଲମ୍ବୋ ସହିତ ପ୍ରମୁଖ ସହରରେ ସେନା ନିୟୋଜିତ କରି ଦେଶ ବ୍ୟାପି କର୍ଫ୍ୟୁ ଲାଗୁ କରାଯାଇଛି । ଏଭଳି କଠୋର ଆଦେଶ ଜାରି ରହିବା ସତ୍ତ୍ୱେ ଶ୍ରୀଲଙ୍କା ରେ ପ୍ରଦର୍ଶନ ଏବଂ ହିଂସା ଏପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking